ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଜଗନ୍ନାଥ ଘଡେଇଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :- ଗଞ୍ଜାମ ଜିଲ୍ଲା ସଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ୩୮ ବର୍ଷ ରାତ୍ର ଜଗୁଆଳ ଭାବେ ଚାକିରୀ କରି ଆଜି ଜଗନ୍ନାଥ ଘଡେଇ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି । ସେ ଜଣେ କର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତ୍ତିତା କର୍ମଚାରୀ ଥିଲେ । ଚାକିରୀ ଜୀବନରେ ସେ ସଚ୍ଚୋଟ, ଅମାୟିକ, ମିଷ୍ଟଭାଷୀ ଓ କର୍ମତତ୍ପର ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । କର୍ମକୁ ନିଜ ଜୀବନର ବ୍ରତଭାବେ ଗ୍ରହଣ କରି ସେ ସେ ସମସ୍ତ ପାଠକମାନଙ୍କୁ ସେବା ଯୋଗାଇଛନ୍ତି । ତାଙ୍କ ବିଦାୟକାଳୀନ ସଭାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଅନ୍ୟ ସମସ୍ତ କର୍ମଚାରୀଙ୍କୁ ତାଙ୍କ ପରି କର୍ତ୍ତବ୍ୟନିଷ୍ଠ ହେବାପାଇଁ ପରାମର୍ଶ ଦେଇଥିଲେ । ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ଅଟନ୍ତି ବୋଲି କହିଥିଲେ ଏବଂ ତାଙ୍କର ଅବଶିଷ୍ଟ ଜୀବନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଏହି ବିଦାୟ କାଳୀନ ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟଳୟର ସମସ୍ତ କର୍ମଚାରୀ, ସୂଚନା କୋନ୍ଦ୍ର ଓ ପାଠାଗାରର ସମସ୍ତ ପାଠକ ମାନେ ଉପସ୍ଥିତ ରହି ତାଙ୍କ ଦୀର୍ଘ ଜୀବନ କାମନା କରିବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।