ବ୍ଲକରେ ବିହନ ବଣ୍ଟନ କାର୍ଯ୍ୟକ୍ରମ

ଯୋଡା, (ସମୀର କୁମାର ଦାସ) :-କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକରେ କୃଷି ବିଭାଗ ପକ୍ଷରୁ ବିଭିନ୍ନ ପଞ୍ଚାୟତ ନିମନ୍ତେ ବିହନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୁଧୁବାର ପୂର୍ବାହ୍ନ ସମୟରେ ଯୋଡା ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତା ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଡା ବ୍ଲକ କୃଷି ଅଧିକାରୀ ଭବାନୀ ଶଙ୍କର ଜେନା, ଜିଲ୍ଲା ପରିଷଦ ସଭ୍ୟ ଡମ୍ବରୁ ଧର କୁଦଦା ଗ୍ରାମ୍ୟ କୃଷି କର୍ମଚାରୀ ଭବାନୀ ଶଙ୍କର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ଅଂଶେଇକଳା ଗ୍ରାମପଞ୍ଚାୟତ ଓ କଣ୍ଡରା ଗ୍ରାମପଞ୍ଚାୟତକୁ ଏହି ବିହନ କିଟ୍ ରେ ମୁଗ ଓ ବିରି ଫସଲ ପାଇଁ ବିହନ ଦିଆଯାଇଛି । ଆଗାମୀ ଦିନରେ ଅନ୍ୟ ପଞ୍ଚାୟତ ଗୁଡିକୁ ମଧ୍ୟ ବିହନ ଯୋଗାଇ ଦିଆଯିବ ବୋଲି ବ୍ଲକ ଅଯୟକ୍ଷ କବିନ୍ଦ୍ର ନାଏକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ