ଜିଲ୍ଲା ସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଚ୍ଥି ।ବୈଠକର ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଭିଡ଼ିଓ କନଫ୍ରେରେନ୍ସ ବୈଠକରେ ଯୋଡ଼ି ହୋଇଥିବା ସମସ୍ତଙ୍କୁ ସ୍ୱାଗତ ପୂର୍ବକ ଜିଲ୍ଲାରେ ଆଧାର କାର୍ଡ ଅଦ୍ୟତନ ସମ୍ୱନ୍ଧରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଆଧାର କାର୍ଡ ସମସ୍ତ ଜନସାଧାରଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ପ୍ରତ୍ୟେକ ୧୦ ବର୍ଷ ମଧ୍ୟରେ ଆଧାର ଅପଡେଟ୍ ହେବା ଆବଶ୍ୟକ, ତେଣୁ ଗଜପତି ଜିଲ୍ଲାରେ ବ୍ୟାପକ ସଚେତନତା ମାଧ୍ଯମରେ ଏହାକୁ ସଫଳ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା କହିଥିଲେ। ଆଧାର କାର୍ଡ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବା, ରାସନ ସାମଗ୍ରୀ ନେବା, ଛାତ୍ର ବୃତ୍ତି ପାଇବା ଭଳି ବିଭିନ୍ନ ଗୁରୁତ୍ଵ ପୁର୍ଣ୍ଣ କାର୍ଯ୍ୟରେ ସହାୟକ ହେଉଛି ଓ ଜନ ସାଧାରଣଙ୍କ ସୁରକ୍ଷା ପାଇଁ ସରକାର ଏହାକୁ ବଧ୍ୟାତାମୂଳକ କରାଇବାକୁ ଯାଉଛନ୍ତି ତେଣୁ ବ୍ୟାପକ ସଚେତନତା ମାଧ୍ଯମରେ ଲୋକମାନଙ୍କୁ ଅବଗତ କରାଇବାକୁ ପରାମର୍ଶ ଦିଆଯାଇଛି। ଆଧାର ପ୍ରାୟ ସମସ୍ତ ସରକାରୀ ଯୋଜନାର ଲାଭ ଗୋଟାଏ ରାଷ୍ଟ୍ର ଗୋଟିଏ ରାସନ୍ କାର୍ଡ ର ସୁବିଧା, ଋଣ ଆବେଦନ ବ୍ୟାଙ୍କ ଦ୍ୱାରା ଶୀଘ୍ର ପ୍ରକ୍ରିୟା କରଣ ଇନକମ ଟ୍ୟାକ୍ସ ରିଟଣିଂ ସହାୟତା ପାଇଁ ଆଧାର କାର୍ଡ ଅପଡେସନ ସହ ମୋବାଇଲ ସଂଯୋଗର ଆବଶ୍ୟକତା ରହିଛି ବୋଲି ସୂଚନା ଦିଆଯାଇଛି। ଅନଲାଇନ୍ ମାଧ୍ଯମରେ ପଞ୍ଜୀକରଣ କରିବା ପାଇଁ myaadhar.uidai.gov.in ରେ ଅପଡେସନ୍ କରାଯାଇ ପାରିବ । ସେହିପରି ଅଫଲାଇନ୍ ମାଧ୍ୟମରେ ପୋଷ୍ଟ ଅଫିସ, ବ୍ଲକ ଅଫିସ୍, ଅଙ୍ଗନୱାଡି କେନ୍ଦ୍ର ମାଧ୍ଯମରେ କରାଯାଇପାରିବ ବୋଲି ସୁଚନା ଦିଆଯାଇଛି।ଜିଲ୍ଲାରେ ୦-୫ ବର୍ଷ ଶିଶୁ ମାନଙ୍କ ଆଧାର ଜେନେରେସନକୁ ବୃଦ୍ଧି କରିବା ସହିତ ୫ରୁ ବର୍ଷ ଉର୍ଦ୍ଧ ବୟସ ବର୍ଗଙ୍କ ପାଇଁ ମଧ୍ୟ ଆଧାର ଅପଡେସନ ଆବଶ୍ୟକତା ଅଛି ବୋଲି ବୈଠକରେ ସୁଚନା ଦିଆଯାଇଛି। ଆଧାର ତାଲିକା ଭୂକ୍ତ କରାଯିବା ପାଇଁ କ୍ୟାମ୍ପ ଆୟୋଜନ କରାଯିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ୧୦ ବର୍ଷ ପୂର୍ବେ ଆଧାର କାର୍ଡ କରିଥିବା ଆଧାର ଅପ୍ଡେସନ ଓ ମୋବାଇଲ୍ ନମ୍ବର ସଂଯୋଗ, ବାଇଓମେଟ୍ରିକ ଡକ୍ୟୁମେଣ୍ଟ ଅପଡେଟ୍ ଆଦି ସମସ୍ତ ପ୍ରକ୍ରିୟା ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଡାକ ଘରେ, ବ୍ୟାଙ୍କ, ବ୍ଲକ୍ କାର୍ଯ୍ୟଳୟ ମାନଙ୍କରେ ଖୋଲାଯାଇଥିବା ଆଧାର କେନ୍ଦ୍ରମାନଙ୍କରେ ଏହି ଆଧାର ଅପଡେଟ୍ କାର୍ଯ୍ଯ କରାଯାଇପାରିବ ନେଇ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ସୂଚନା ଦିଆଯାଇଅଛି।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ନର୍ମଦା ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସମସ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ, ସିଡିପିଓ, ଯୋଗାଣ ସହାୟକ ଅଧିକାରୀ, ଲିଡ୍ ବ୍ୟାଙ୍କ ମ୍ୟାନେଜରଙ୍କ ପ୍ରତିନିଧି ପ୍ରମୁଖ ଭିଡ଼ିଓ କନଫ୍ରେରେନ୍ସ ବୈଠକରେ ଯୋଡ଼ି ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ