ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ

କେନ୍ଦ୍ରାପଡା – ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ଶନିବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପ୍ରାଧ୍ୟାପକ ଅଜୟ କୁମାର ରାଉତ,ଜିଲ୍ଲା ନିର୍ବାଚନ ବିଭାଗ ଡେପୁଟୀ କଲେକ୍ଟର ସମ୍ବିତ କୁମାର ଶତପଥୀ,ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ,ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ,ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅଭୟକୁମାର ପଢିହାରୀ,ରାମସାର ପୀତବାସ ପଣ୍ଡା ପ୍ରମୁଖ ଯୋଗଦେଇ ଦେଶର ଆଗାମୀ ପିଢୀ ତଥା ନୂତନ ଭୋଟରମାନେ ସାହସୀ ଓ ନିର୍ଭିକ ହେବାସହ ଭାରତ ଭଳି ଏକ ବୃହତ ଗଣତନ୍ତ୍ର ରାଷ୍ଟ୍ରର ନାଗରିକ ଭାବେ ନିଜର ମତଦାନ କରି ଦେଶକୁ ସୁଦୃଢ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ମତଦାତା ଦିବସ ଉପଲକ୍ଷେ ଅନୁଷ୍ଠିତ ସ୍କୁଲ ଓ କଲେଜ ସ୍ତରୀୟ ବକ୍ତୃତା, ରଙ୍ଗୋଲି, କୁଇଜ ଓ ପୋଷ୍ଟର ପେଟିଂ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ଏବଂ ଅତି ନିଷ୍ଠାର ସହିତ କାର୍ଯ୍ୟ କରିଥିବା ବୁଥଲେଭଲ ଅଫିସର ଓ ସୁପରଭାଇଜରଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ନୂତନ ଭୋଟରମାନଙ୍କୁ ଭୋଟ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ତିନିମୁହାଣି ଛକ ପର୍ଯ୍ୟନ୍ତ ଯାଇ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲାପାଳ ସର୍ମିଷ୍ଠା ମାହାଳି ଓ ସୋନମ ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ