ଜିଲ୍ଲା ସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତା ଉଦଘାଟନ ଉତ୍ସବ
ଗଜପତି,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଲା ରା.ଉଦୟଗିରିରେ ସପ୍ତମ ସ୍ତରୀୟ ଦୈାଡ ପ୍ରତିଯୋଗିତା ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ନେତୃତ୍ୱରେ ଜିଲ୍ଲାସ୍ତରୀୟ ଦୈାଡ କୁଦ ପ୍ରତିଯୋଗିତାରେ ୧୪ ବର୍ଷ ଓ ୧୭ବଷ ର୍ରୁ କମ୍ ବୟସର ବାଳକ ଓ ବାଳିକା ମାନଙ୍କୁ ନେଇ ରା. ଉଦୟଗିରି ମିନି ଷ୍ଟାଡିୟମ୍ ଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ଦୈାଡକୁଦ ପ୍ରତିଯୋଗିତାରେ ମୁୂଖ୍ୟ ଅତିଥିଭାବେ ସରପଞ୍ଚ ସଂଯୁକ୍ତା ପୁଜାରୀ ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅନ୍ତର୍ଯ୍ୟାମି କଅଁର, ଯୁଦ୍ଧିଷ୍ଟିର ନାୟକ , ବିରଞ୍ଚି ନାରାୟଣ ଧଳ, ଲୋକନାଥ ନାହାକ, ବନମାଳି ବଡରଇତ , ରାମଚନ୍ଦ୍ର ଦଳ ବେହେରା , ଲୁଚମନକାର୍ଯି ଓ ମୀନକେତନ ସାହୁ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ମହେନ୍ଦ୍ର ତନୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷା ଭାରତୀ ମିଶ୍ର ଓ ମୁଖ୍ୟ ଉପଦେଷ୍ଟା ଗୋଷ୍ଠି ସ୍ୱାସ୍ଥ କେନ୍ଦ୍ରର ଗୋଷ୍ଠି ଶିକ୍ଷା ଅଧିକାରୀ ବିଶ୍ୱନାଥ ଭୂୟାଁ ଏବଂ ଆବାହକ ଭାବେ ପ୍ରଧାନ ଶିକ୍ଷକ ସରୋଜ କୁମାର ସିଂ ଯୋଗ ଦେଇଥିବା ବେଳେ ଉକ୍ତ ଶିବିରରେ ଗଜପତି ଜିଲ୍ଲାର ୭ ଟି ବ୍ଲକ ଗୁମ୍ମା, କାଶୀନଗର, ଗୋଷାଣୀ, ମୋହନା, ନୂଆଗଡ, ରାୟଗଡ଼ ଓ ରା. ଉଦୟଗିରି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତାରେ ବାଳକ ୨୨୦ ଜଣ ଓ ବାଳିକା ୧୬୦ ଜଣ ଅଂଶ ଗ୍ରହଣ କରିଥିଲେ ଏବଂ ୭ ଟି ବ୍ଲକର ୬୦ ଜଣ କ୍ରୀଡା ଶିକ୍ଷକ ଯୋଗ ଦେଇ ଥିଲେ। ପ୍ରଥମ ଦିବସର କ୍ରୀଡା ପ୍ରତିଯୋଗିତା ଶେଷ ହେବା ପରେ ସନ୍ଧ୍ୟା ୬ ଘଣ୍ଟା ସମୟରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


