ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା

ଋା.ଉଦୟଗିରି,(ଯୁଗାବ୍ଦ ନ୍ୟୁଜ୍‌) : ଗଜପତି ଜିଲ୍ଲା ରା. ଉଦୟଗିରି ଅଂଚଳରେ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ଜନସଂମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ପଦଯାତ୍ରା ହାଇସ୍କୁଲ ଠାରୁ ବାହାରି ହାଟପଦା ପର୍ଯ୍ୟନ୍ତ କର୍ମିମାନେ ପଦଯାତ୍ରାରେ ବାହାରି ଶିଶୁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ ଯୋଜନା ବିଷୟରେ ଜନସାଧାରଣଙ୍କୁ ବୁଝାଇଥିଲେ । ଆଦିବାସୀ ଅଂଚଳରେ ପଦଯାତ୍ରା ଅନୁଷ୍ଠିତ ହେଉଥିବାରୁ ଆଦିବାସୀ ନୃତ୍ୟୁର ତାଳେ ତାଳେ ପାରମ୍ପରିକ ବେଶ ଭୁଷାରେ ସୁସଜ୍ଜିତ ହୋଇ ପଦଯାତ୍ରାରେ ସ୍ଲୋଗାନ ମାଧ୍ୟମରେ ଲୋକମାନଙ୍କୁ ବୁଝାଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ସୋରଡା ବିଧାୟକ ପୂଣ୍ଣଚନ୍ଦ୍ର ସ୍ୱାଇଁ ,ସ୍ୱତନ୍ତ୍ର ପରିଷଦ ଅଧକ୍ଷ ଅନ୍ତର୍ଯ୍ୟାମି ଗମାଙ୍ଗ, ଜିଲ୍ଲା ସଭାପତି ପ୍ରଦୀପ ନାୟକ, ମହିଳା ମୋର୍ଚ୍ଚା ସଭାନେତ୍ରୀ ପୂର୍ଣ୍ଣବାସି ନାୟକ ,ବ୍ଲକ ଅଧକ୍ଷା ଅମିତା ମଣ୍ଡଳ , ଜିଲ୍ଲା ପରିଷଦ ଉପାଧକ୍ଷ ଆର ବିଜୟ କୁମାର ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜଗବନ୍ଧୁ ଦାସ ,ସାଂସଦ ପ୍ରତିନିଧି ଯୁଧିଷ୍ଟିର ବଡମୁଣ୍ଡି , ଲକ୍ଷ୍ମୀ ପରିଛା , ଭୀମ ପ୍ଧବଳ, ଓ ଗିରିଜା ଶଙ୍କର ନାୟକ ସହ ଶହ ଶହ ସଂଖ୍ୟାରେ ବିଜୁଜନତା ଦଳର କର୍ମୀ ପଦଯାତ୍ରାରେ ଯୋଗଦେବା ସହ ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ