ଜିଲ୍ଲା ସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):କୃଷି ବିଭାଗ ଗଞ୍ଜାମ ତରଫରୁ ଆଞ୍ଚଳିକ କୃଷି ସମ୍ପ୍ରସରଣ ଓ ତାଲିମ୍ ପ୍ରତିଷ୍ଠାନ, ରଙ୍ଗେଇ ଲୁଣ୍ଡା ଠାରେ ବିଶ୍ବ ମୃତ୍ତିକା ଦିବସ ପାଳନ ହୋଇଯାଇଛି । ସାମ୍ପ୍ରତିକ ପରିସ୍ଥିତିରେ ମୃତ୍ତିକାର ସ୍ବାସ୍ଥ୍ୟ ଏବଂ ଆବଶ୍ୟକତା ଠାରୁ ଅଧିକ ରାସାୟନିକ ସାରର ପ୍ରୟୋଗ ଦ୍ବାରା କିଭଳି ମୃତ୍ତିକା ସ୍ବାସ୍ଥ୍ୟ ଖରାପ ହେଉଛି ଏବଂ ତାର ସୁପରିଚାଳନା କିଭଳି ଭାବରେ କରାଯାଇପାରିବ ତା ଉପରେ ଉପସ୍ଥିତ ସମସ୍ତ ଜିଲ୍ଲା ସ୍ତରୀୟ କୃଷି ଅଧିକାରୀ ଓ କୃଷି ବିଜ୍ଞାନୀ ମାନେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ ଜଣ ଚାଷୀ ଉପସ୍ଥିତ ଥିଲେ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ମୃତ୍ତିକାର ସ୍ବାସ୍ଥ୍ୟ ଓ ତାର ପରିଚାଳନା ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ପଣ୍ଡା, ବରିଷ୍ଠ କୃଷି ବୈଜ୍ଞାନିକ ସୁଜିତ୍ କୁମାର ନାଥ୍, ଆଞ୍ଚଳିକ କୃଷି ସମ୍ପ୍ରସାରଣ ଓ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, କୃଷି ଜିଲ୍ଲା ଅଧିକାରୀ, ବ୍ରହ୍ମପୁର ସୁରେଶ ଚନ୍ଦ୍ର ମଲ୍ଲିକ, କୃଷି ବୈଜ୍ଞାନିକ ପ୍ରଶାନ୍ତ ପଣ୍ଡା, ଶାନ୍ତନୁ କୁମାର ଶତପଥୀ, ସୁବାଷ ଚନ୍ଦ୍ର ପଣ୍ଡା, ମୋନାଲିସା ହୋତା, ସନ୍ତୋଷ କୁମାର ସାମନ୍ତରାୟ ଏବଂ ସୌଭାଗ୍ୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ଦେଇ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସହକାରୀ କୃଷି ନିର୍ଦ୍ଦେଶକ ରଶ୍ମିତା ମହାପାତ୍ର ପରିଚାଳନା କରିଥିବା ବେଳେ ଯୁଧିଷ୍ଠିର ରାଓ ଓ ଅବିନାଶ ମହାପାତ୍ର ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ