ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ ବୈଠକ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ସୋମବାର ଅପରାହ୍ନରେ ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦୀଲ୍ଲିପ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ଜୀବିକା ମିଶନ, ମିଶନଶକ୍ତି, ଉଦ୍ୟାନକୃଷି, ପଶୁକଲ୍ୟାଣ, ମତ୍ସ୍ୟ ବିଭାଗ , ଜିଲ୍ଲା ମଙ୍ଗଳ ବିଭାଗ(ଅନୁସୂଚିତ ଜାତି ଜନଜାତୀ), ପୈାରସଂସ୍ଥା ପ୍ରଭୃତି ପକ୍ଷରୁ ବିଭିନ୍ନ ବ୍ୟାଙ୍କ ଶାଖାକୁ ପଠାଯାଇଥିବା ଋଣ ଦରଖାସ୍ତ ଗୁଡିକର ମଞ୍ଜୁରୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । କେତେକ ବ୍ୟାଙ୍କ ଶାଖା ଏହି ଦରଖାସ୍ତ ଗୁଡିକ ଉପରେ ଦୀର୍ଘଦିନ ଧରି କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ସମ୍ପର୍କରେ ଜଣାପଡିବାରୁ ସେସବୁ ବ୍ୟାଙ୍କ ଶାଖା ସମ୍ପର୍କରେ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟିକୁ ଜଣାଇ ଦିଆଯିବ ବୋଲି ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ସୁନିଲ ପୁରୋହିତ ସୂଚନା ଦେଇଥିଲେ । ପ୍ରକଳ୍ପ ନିର୍ଦେଶକ ଶ୍ରୀ ପରିଡା ଉଭୟ ବ୍ୟାଙ୍କ ଶାଖାର ପରିଚାଳକ ଓ ବିଭିନ୍ନ ସରକାରୀ ଯୋଜନାରେ ବ୍ୟାଙ୍କ ଗୁଡିକୁ ଋଣ ଦରଖାସ୍ତ ପଠାଉଥିବା ସରକାରୀ ସଂସ୍ଥାର ଅଧିକାରୀମାନେ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷାକରି ବ୍ୟାଙ୍କରେ ପଡି ରହିଥିବା ଋଣ ଦରଖାସ୍ତ ଗୁଡିକୁ ମଞ୍ଜୁର କରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଏଲ.ଡି.ଓ.ଏସ.ପି.ମିଶ୍ର,ନାବାର୍ଡର ଜିଲ୍ଲା ଉନ୍ନୟନ ଅଧିକାରୀ ଏ.କେ.ଆଚାର୍ଯ୍ୟ,ଏସ.ବି.ଆଇ. ଯାଜପୁର ରୋଡ ଆଂଚଳିକ କାର୍ଯ୍ୟାଳୟର ମୁଖ୍ୟ ପ୍ରବନ୍ଧକ ମନୋଜ କୁମାର ପ୍ରଧାନ,ଏସ.ବି.ଆଇ.କେନ୍ଦ୍ରାପଡା ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ପି.କେ.ସ୍ୱାଇଁ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଚିନ୍ମୟୀ ରଥ,ଜିଲ୍ଲା ମଙ୍ଗଳ ଅଧିକାରୀ କାଳନ୍ଦି ଚରଣ ଭୋଇ,ସହକାରୀ ଉଦ୍ୟାନକୃଷି ନିର୍ଦେଶକ କନ୍ଦ ଜେନା,ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ସନ୍ତୋଷ କୁମାର ମିଶ୍ର,ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କ ସମେତ ବିଭିନ୍ନ ବ୍ୟାଙ୍କ ଶାଖାର ପ୍ରତିନିଧି ଓ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ