ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର “ଓସଓ୍ବାନ୍” କକ୍ଷରେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ଯୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଗଜପତି ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜସ୍ୱ ଆଦାୟ ଠାରୁ ଆରମ୍ଭ କରି ସାଧାରଣ ପଟ୍ଟା ଓ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ଆଦି ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ସାଧାରଣ ଲୋକ ଯେପରି ତହସିଲ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ହଇରାଣ ନ ହୁଅନ୍ତି, ସେଥିପ୍ରତି ଚେଷ୍ଟା କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ୫-ଟି ର ସଫଳ ରୂପାୟନ ଦିଗରେ ଗୁରୁତ୍ଵାରୋପ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମଶେଖର ପଣ୍ଡା ( ସାଧାରଣ ) , ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ରଂଜିତ ( ରାଜସ୍ୱ ) , ଉପଜିଲ୍ଲାପାଳ ଦାୟିତ୍ଵ ରେ ଥିବା ଫାଲଗୁନି ମାଝୀ , ଜିଲ୍ଲା ସବ୍-ରେଜିଷ୍ଟ୍ରାର ଇଶ୍ବର ଚନ୍ଦ୍ର ସାହୁ, ସହକାରୀ ଜିଲ୍ଲାପାଳ ଜୁବୁଲୀ ଚରଣ ବେହେରା, ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କ ସମେତ ସମସ୍ତ ୭ ଟି ତହସିଲର ତହସିଲଦାର୍ ଓ ଅତିରିକ୍ତ ତହସିଲଦାର୍ ମାନେ ଉପସ୍ଥିତ ଥିଲେ । ଏତଦବ୍ୟତୀତ ସମସ୍ତ ବ୍ଲକ୍ ମୁଖ୍ୟାଳୟ ମାନଙ୍କରେ ଉପସ୍ଥିତ ଅଫିସର୍ ଓ କର୍ମଚାରୀ ମାନେ ମଧ୍ୟ ଭିଡିଓ କନଫରେନ୍ସିଂରେ ଯୋଡି ହୋଇ ଆଲୋଚନାରେ ଭାଗ ନେଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ