ଜିଲ୍ଲା ସ୍ତରୀୟ ସର୍ଗୀଫୁଲ ମହୋତ୍ସବ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲା ସ୍ତରୀୟ ସର୍ଗୀଫୁଲ ମହୋତ୍ସବ -୨୦୧୯ ମହା ଆଡମ୍ବରରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୂମାତ ସେବାଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଟିତ ଉତ୍ସବରେ ଜିଲ୍ଲା ମଙ୍ଗଳ ଅଧିକାରୀ କାଳନ୍ଦି ଚରଣ ଭୋଇ ମୁଖ୍ୟ ଅତିଥି ଓ କେନ୍ଦ୍ରାପଡା ମଙ୍ଗଲ ସଂପ୍ରସାରଣ ଅଧିକାରୀ ନିର୍ଲିପ୍ତା ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିବା ବେଳେ ଧୂମାତ ସରପଂଚ ନରହରି ପାଣି ସମ୍ମାନୀତ ଅତିଥି ବାବେ ଯୋଗଦେଇ ଉତ୍ସବ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ଜିଲ୍ଲା ସ୍ତରୀୟ ସର୍ଗୀଫୁଲ ମହୋତ୍ସବରେ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ସେବାଶ୍ରମ ଓ ଆଶ୍ରମ ସ୍କୁଲର ଛାତ୍ରଛାତ୍ରୀମାନେ ନୃତ୍ୟ,ସଂଗୀତ,ଦଳଗତ ନୃତ୍ୟ,ବକ୍ତୃତା,ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରଭୃତି ପ୍ରତିଯୋଗୀତରେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀତାରେ ବିଚାରକ ଭାବେ ପାୟଲ ମ୍ୟୁଜିକ ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ଦେବାଶିଷ ସାମଲ,ଭାନୁମତି ଖଟୁଆ ଓ ଭାଷ୍କର ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ । ଅବସରପ୍ରାପ୍ତ ବିଭାଗୀୟ ଶିକ୍ଷକ ରଞ୍ଜନ କୁମାର ସ୍ୱାଇଁ ପରିଚାଳନାରେ ସହଯୋଗ କରିଥିବା ବେଳେ ଧୂମାତ ସେବାଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ରୋସ୍ôନାବାଳା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।