ଜିଲ୍ଳା ବିଜେପି ଯୁବମୋର୍ଚ୍ଚା ତରଫରୁ ତ୍ରିରଙ୍ଗା ଯାତ୍ରା ଓ କାରଗିଲ୍ ବିଜୟ ଦିବସ ପାଳନ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ତ୍ରିରଙ୍ଗା ଯାତ୍ରା ଓ କାରଗିଲ୍ ବିଜୟ ଦିବସ ପାଳନ ହୋଇ ଯାଇଛି,୧୯୯୯ ମସିହାରେ କାରଗିଲ ଠାରେ ଭାରତ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ହୋଇଥିଲା, ଏହି ଯୁଦ୍ଧରେ ଭାରତ ବିଜୟୀ ଲାଭ କରିଥିଲା, ତେବେ ଆଜକୁ ଏହାର ୨୫ବର୍ଷ ପୂର୍ତ୍ତି ଅବସରରେ ଆଜି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ସଭାପତି ରାଜେଶ୍ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଫାଣ୍ଡି ଛକ ନିକଟରୁ ତ୍ରିରଙ୍ଗା ଯାତ୍ରା ବାହାରି ବିବେକାନନ୍ଦ ମାର୍ଗ ସ୍ଥିତ ସିଦ୍ଦି କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ଦୀର୍ଘ ୧୦୦ମିଟରର ଜାତୀୟ ପତାକା କୁ ଯୁବ ମୋର୍ଚ୍ଚାର ସଦସ୍ୟ ସମେତ ଜିଲ୍ଲା ବିଜେପି ର କାର୍ଯ୍ୟକର୍ତ୍ତା ମାନେ ଶୋଭା ଯାତ୍ରା ରେ ଯାଇଥିଲେ, ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାଧାରଣ ସମ୍ପାଦକ ଖଗେନ୍ଦ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର, ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ସରକାର ଙ୍କ ଉପ ସଚେତକ ତଥା, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ସଦର ବିଧାୟକ ମାନସ ଦତ୍ତ, ବସ୍ତା ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଅଣ୍ଡିଆ, ଭୋଗରାଇ ବିଧାୟକ ପ୍ରାର୍ଥୀ ଆଶିଷ ପାତ୍ର, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୋଭନା ମହାପାତ୍ର,ଜିଲ୍ଲା ବିଜେପି ଉପ ସଭାପତି କମଲ ଲୋଚନ ଦାସ, ମମତା ମହାପାତ୍ର,କରୁଣା କର ପଣ୍ଡା, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ପ୍ରଦୀପ ପଣ୍ଡା, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯୟକାରିଣୀ ସଦସ୍ୟ ସୁବୋଧ ଚନ୍ଦ୍ର ପଣ୍ଡା, ଜିଲ୍ଲା ଗଣମାଧ୍ୟମ ସହ ସଂଯୋଜକ ରଣଜିତ୍ କୁମାର ପୃଷ୍ଟି,ଯୁବ ମୋର୍ଚ୍ଚାର ରାଜ୍ୟ କାର୍ଯୟକାରିଣୀ ସଦସ୍ୟ ଶଶିକାନ୍ତ ମିଶ୍ର, ଜିଲ୍ଲା ପ୍ରଭାରୀ ସ୍ମୃତି ରଞ୍ଜନ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ସ୍ଵାଧୀନ ପଣ୍ଡା, ଉପ ସଭାପତି ନାରାୟଣ ମହନ୍ତ, ରଜେନ୍ ପରିଡା,ଦେବାଶିଷ ଆଚାର୍ଯ୍ୟ, ସମ୍ପାଦକ ସୌମ୍ୟ ଜିତ୍ ଦାସ ମହାପାତ୍ର, କୋଷାଧ୍ୟକ୍ଷ ସ୍ଵର୍ ଝଙ୍କାର ସେଠୀ, ଜିଲ୍ଲା ସାମାଜିକ ଗଣ ମାଧ୍ୟମ ସଂଜାଯୋକ ସୁମନ୍ତ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ,କର୍ଯ୍ୟ କ୍ରମର ପ୍ରାରମ୍ଭ ରେ ଯୁବ ମୋର୍ଚ୍ଚା ସଭାପତି ରାଜେଶ୍ ମହାପାତ୍ର ମଶାଲ ଜାଳି ଉଦ୍ଘାଟନ କରିଥିଲେ, କାରଗିଲ ରେ ସହିଦ୍ ହୋଇଥିବା ସମସ୍ତ ସହିଦ୍ ଙ୍କ ଉଦ୍ୟେଶରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା, ପୂର୍ବତନ ସୈନିକ ଯଥା କ୍ୟାପଟେନ ଅଶୋକ ଦାସ, ଅନନ୍ତ ଚରଣ ଦାସ, ଅଶୋକ କୁମାର ଜେନା, ପରେଶ୍ ଚନ୍ଦ୍ର ଶତପଥୀ, ମନ୍ମଥ କୁମାର୍ ନାୟକ ବିଶ୍ୱଜିତ୍ ଦାସ ପ୍ରମୁଖ ଙ୍କୁ ଯୁବ ମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା, ମଞ୍ଚାସିନ ନେତୃ ମଣ୍ଡଳୀ ଓ ପୂର୍ବତନ ସୈନିକ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରେ କାରଗିଲ ସହିଦ୍ ଙ୍କ ନିଷ୍ଠା ବଳିଦାନ ଓ ତତ୍ କାଳୀନ ପ୍ରଧାନ ମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କୁ ମନେପକାଇ ଥିଲେ, କାର୍ଯ୍ୟକ୍ରମ ଶେଷ ରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା, ଓ ଶେଷ ରେ ସାଧାରଣ ସମ୍ପାଦକ ସ୍ଵାଧୀନ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ,କାରଗିଲ ଯୁଦ୍ଧରେ ସହିଦ୍ ହୋଇଥିବା ୫୨୭ ଯବାନ ଙ୍କ ଉଦ୍ୟେଶ୍ ରେ ବାଲେଶ୍ୱର ୫୨୭ଟି ବ୍ରୁକ୍ଷ ରପୋଣ କରାଯାଇ ସହିଦ୍ ଙ୍କ ନାମରେ ନାମ କରଣ କରାଯାଇ ସୃତି ପାର୍କ କରିବାକୁ ପୂର୍ବ ତନ ସୈନିକ ଙ୍କ ଅନୁରୋଧ କୁ କାର୍ଯ୍ୟକାରୀ କରାଯିବ ବୋଲି କୁହା ଯାଇଥିଲା