ଜି.ଉଦୟଗିରିରେ ନୂତନ ଥାନା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନାରେ ନୂତନ ଆଇଆଇସି ଭାବେ ନରେଶ କୁମାର ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ଫୁଲବାଣୀ ଟାଉନ ଥାନା ଆଇଆଇସି ଭାବେ ଅବସ୍ଥାପିତ ଥିଲେ। ଦାୟିତ୍ୱ ଗ୍ରହଣପରେ ସେ ଜି.ଉଦୟଗିରି ସହରର ସମସ୍ତ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ ଦେବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।


