ଜୀବନବିନ୍ଦୁ ରକ୍ତଦାନ ଶିବିରରେ ୧୨ୟୁନିଟ ରକ୍ତ ସଂଗ୍ରହ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) – ତାଲାବନ୍ଦ ଯୋଗୁଁ ରକ୍ତର ଅଭାବ ଦୂର କରିବାକୁ ଯାଇ ଛାତ୍ର ବିଜେଡି କର୍ମକର୍ତ୍ତାଙ୍କ ସହଯୋଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରେଡକ୍ରସ ରକ୍ତଭଣ୍ଡାରରେ ଜୀବନବିନ୍ଦୁ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ରେଡକ୍ରସ ରକ୍ତ ଭଣ୍ଡାରର ଭାରପ୍ତାପ୍ତ ଅଧିକାରୀ ଡା. ମାନସ କୁମାର ଜେନା,ପ୍ରଦୀପ ବରାଳ, କର୍ମଚାରୀ ରାକେଶ କୁମାର ମିଶ୍ର, ଉମାକାନ୍ତ ନାୟକ ଓ ମନୋଜ ଦାସଙ୍କ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ୨୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହି ଶିବିରରେ ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା ଯୋଗଦେଇ ଯୁବଛାତ୍ରମାନଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମାଜିକ ଦ୍ୱରତାକୁ ଗୁରୁତ୍ୱ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଜୀବନବିନ୍ଦୁ ସହ- ସଂଯୋଜକ ରାଜେଶ ପଣ୍ଡା, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ସାହୁ, ହିରଣ୍ୟ ପଣ୍ଡା, ବିଜେଡି ମିଡିଆ ସଂଯୋଜକ ଦେବଦାସ ମହାନ୍ତି, ରଞ୍ଜନ ସାହୁ, ସତ୍ୟରଞ୍ଜନ ସେନାପତି, ପ୍ରସନ୍ନଜିତ କୁଣ୍ଡୁ, ବ୍ରଜେନ୍ଦୁ ମିଶ୍ର, ପ୍ରତାପ ସାହୁ, ସମ୍ବିତ ନାୟକ, ସୁକାନ୍ତ ସ୍ୱାଇଁ, ବିକାଶ ଦଳାଇ, ବିରାଟ ସିଂ, ନିଶ୍ଚଳ ସ୍ୱାଇଁ, ଲିଙ୍କନ ମଲ୍ଲିକ ପ୍ରମୁଖ ସାମିଲ କରିଥିଲେ । ସମାଜସେବୀ ରାଜକିଶୋର ସାହୁଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଅନୁପ୍ରେରିତ ହୋଇ ରକ୍ତଦାନ କରିଥିଲେ । ସରକାରୀ ନିୟମ ଓ ସାମାଜିକ ଦ୍ୱରତା ରକ୍ଷା କରାଯାଇ ଏହି ଶିବିର ଅନୁଷ୍ଠିତ ହୋଇଥିଲା ।