ମହିଳା ମହାସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ହଜାର ଟଙ୍କା ଦାନ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତର ପଂଚାୟତ ମହିଳା ମହାସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ରିଲିଫ ପାଣ୍ଠିକୁ ୨୦ହଜାର ଏକଶହ ଟଙ୍କା ଦାନ କରାଯାଇଛି । ପଂଚାୟତର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମିଳିତ ଭାବରେ ଏହି ଅର୍ଥ ପ୍ରଦାନ କରିଛନ୍ତି । ପଂଚାୟତ ମହିଳା ମହାସଙ୍ଘ ପକ୍ଷରୁ ଏମ.ବି.କେ.ରଶ୍ମିତା ନାୟକ,ବ୍ୟାଙ୍କମିତ୍ର ଜ୍ୟୋତିର୍ମୟୀ ଦାସ,ସି.ଆର.ପି.ସଂଯୁକ୍ତା ମଲ୍ଲିକ,ମୀନତୀ ପରିଡା ପ୍ରମୁଖ ସରପଂଚ ବସନ୍ତ କୁମାର ରାଉତଙ୍କ ଉପସ୍ଥିତିରେ କେନ୍ଦ୍ରାପଡା ବିଡିଓ ସୁଧିର କୁମାର ସିଂଙ୍କୁ ଏହି ଅର୍ଥର ଏକ ଚେକ ପ୍ରଦାନ କରିଛନ୍ତି ।


