ଜୀବନ ସୁରକ୍ଷା ଡାଇଗ୍ନୋଷ୍ଟିକ ଉଦଘାଟିତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଞ୍ଚଳ ଉପକଣ୍ଠ ପୋଚିଲିମ୍ମା ଛକ ନିକଟରେ ଅବସ୍ଥିତ ବେସରକାରୀ ଚିକିତ୍ସାଳୟ ଜୀବନ ସୁରକ୍ଷା ଡାଇଗ୍ନୋଷ୍ଟିକ ମଙ୍ଗଳବାଠାର ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଶୁଭାରମ୍ଭ ହୋଇଛି। ମ୍ୟାନେଜିଂ ପାର୍ଟନର ଅନିଲ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ଓ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ତଥା ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡା, ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଭି ସରୋଜିନୀ ଦେବୀ, ବିଶାଖାପାଟଣା ଏମଜିଏଚ ସେଭେନ୍ ହିଲ ହସ୍ପିଟାଲର ପୂର୍ବତନ ମୁଖ୍ୟ ପରିଚାଳକ ଏଲ୍ ସନ୍ଦୀପ କୁମାର, ଡାକ୍ତର ଟି. ଭି.ଜେ ପଟ୍ଟନାୟକ ଓ ରେଡ଼ିଓଲୋଜି ବିଭାଗର ଅବସରପ୍ରାପ୍ତ ବିଶେଷଜ୍ଞ ଡ଼ାକ୍ତର ଏସ.ଏନ. ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ଅତିଥିଙ୍କ ଗହଣରେ ରିବନ କାଟିବା ସହ ନଡ଼ିଆ ଭାଙ୍ଗି ବହିର୍ବିଭାଗ ଚିକିତ୍ସାଳୟର ଶୁଭ ଉଦଘାଟନ କରିଥିଲେ। ପରେ ଓପିଡିରେ ଉପଲବ୍ଧ ଥିବା ଭେଷଜ, ସ୍ନାୟବିକ, ହୃଦ୍ ରୋଗ, ଅସ୍ଥି ଶଲ୍ୟ, ସ୍ତ୍ରୀ ରୋଗ, ଶିଶୁ ରୋଗ, କର୍ଣ, ନାସା, ଗଳା, ଚର୍ମ, ଅମ୍ଳ ପିତ , ଫିଜିଓ ଥେରପି ଚିକିତ୍ସା ସେବାର ପ୍ରକୋଷ୍ଠ ଓ ଉପଯୋଗ ନିମନ୍ତେ ପ୍ରସ୍ତୁତ ରହିଥିବା ଅତ୍ୟାଧୁନିକ ଯନ୍ତ୍ରପାତି, ଓ ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ରୋଗୀ ସେବା ନିଶ୍ଚିତ ଭାବେ ଏକ ସଫଳ ପଦକ୍ଷେପ ବୋଲି ଆଶା ବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜଣାଶୁଣା କର୍ମକାଣ୍ଡ ପଣ୍ଡିତ ଶରତ ଚନ୍ଦ୍ର ତ୍ରିପାଠୀ, ମ୍ୟାନେଜିଂ ପାର୍ଟନର ସଦାଶିବ ପାଣିଗ୍ରାହୀ ଓ ମ୍ୟାନେଜିଂ ପାର୍ଟନର ଲକ୍ଷ୍ମୀ ନାରାୟଣ ଦାଶଙ୍କ ସମେତ ସ୍ବାସ୍ଥ୍ୟ କର୍ମଚାରୀ ଓ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।