ଜୁଆ ଆଡ୍ଡା ଉପରେ ଚଢାଉ , ୫ ଜୁଆଡି ଗିରଫ
ହିଞ୍ଜିଳିକାଟୁ ,(ଶେଷଦେବ ସାହୁ ): ହିଞ୍ଜିଳି ଥାନା ଅନ୍ତର୍ଗତ ନିସ୍ତିପୁର ଗ୍ରାମର ମର୍କଣ୍ଡେଶ୍ୱର ପାହାଡ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ କୈାଣସି ସୂତ୍ରରୁ ଖବର ପାଇ ପୋଲିସର ସ୍ୱତନ୍ତ୍ର ଟିମ୍ ବୁଧବାର ଦିନ ଚଢାଉ କରି ୫ ଜୁଆଡିକୁ ଗିରଫ କରିଥିବା ଜଣାପଡିଛି । ଚଢାଉ ସମୟରେ ୫ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪୮ ହଜାର ଟଙ୍କା ସମେତ ୩ ଟି ମୋଟର ସାଇକେଲକୁ ଜବତ କରିଛି । ଗିରଫ ମାନେ ହେଲେ ହିଂଜିଳି ଥାନା ଦୁର୍ବନ୍ଧ ଗ୍ରାମର ସିମା ବେହେରା, ମିଥୁନ ବେହେରା, ଭଗବାନ ବେହେରା, ରବି ନାୟକ ଓ ପାଟପୁର ଥାନା କଙ୍କୋରଡ଼ା ଗ୍ରାମର ବୁଲୁ ସ୍ୱାଇଁ । ଏ ନେଇ ନଂ- ୧୯୩/୧୯ ରେ ଏକ ମାମଲା ରୁଜୁ କରି ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ଚଢାଉରେ ଥାନା ଆଇଆଇସିଙ୍କ ସମେତ ଏସଆଇ ବିଶ୍ୱରଂଜନ ନାୟକ, ଏଏସଆଇ ରାଜନ ବିଷୋୟୀ, ବିଦେଶୀ ସେଠି, ହାବିଲଦାର ରାଜିବ କୁମାର ପାଢିଙ୍କ ସମେତ କନେଷ୍ଟବଳ ମାନେ ଅଂଶ ଗ୍ରହଣ କରିଥିଲେ ।