ଆର୍ଯ୍ୟପଲ୍ଲୀ ଠାରେ ତାଲୁକ ଆଇନ ସଚେତନତା ଶିବିର

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍) : ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କମିଟିର ଅଧ୍ୟକ୍ଷା ତଥା ଅତିରିକ୍ତ ଜିଲ୍ଲାଜଜ୍ ଶିଖାରାଣୀ ରଥଙ୍କ ଅଧ୍ୟକ୍ଷତାରେ ଏକ ଆଇନ ସଚେତନତା ଶିବିର ଅନିଷ୍ଠିତ ହୋଇଯାଇଛି । ଏଥିରେ ଏସଡିଜେଏମ ସନ୍ତୋଷ କୁମାର ପାଣିଗ୍ରାହି, ଜେଏମଏଫସି ପ୍ରଜ୍ଞାପରମିତା ସ୍ୱାଇଁ , ସିନିୟର ସିଭିଲ ଜଜ୍ ସ୍ୱୟଂପ୍ରଭା ଆଚାର୍ଯ୍ୟ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ଛତ୍ରପୁର ଓକିଲସଂଘର ସଭାପତି କେ.ଶିବରାମ ରେଡ୍ଡୀ, ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀ, ତାଲୁକ ଆଇନ ସହାୟତା କମିଟିର ସଭ୍ୟ ତଥା ଆଇନଜିବୀ ମନୋଜ କୁମାର ପାଢି, ନରସିଂହ ପାଢି ପ୍ରମୁଖ ଯୋଗଦେଇ ବାଳ ଅପରାଧ ଏବଂ ଶିକ୍ଷା ଅଧିକାର ଆଇନ ସଂପର୍କରେ ଉପସ୍ଥିତ ଥିବା ଜନସାଧାରଣ ଏବଂ ଜନ ପ୍ରତିନିଧୀ ମାନଙ୍କୁ ସଚେତନତା କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମତ୍ସ୍ୟଜିବୀ ନେତା ଏମ୍.ଗୁମାଲୀ, ବି.ଭୀମ, ନାଏବ ସରପଞ୍ଚ ପି.ବାବାଜୀ, ଏସମିତି ସଭ୍ୟା ବି.ରାଧା, ଯୁବ ସମାଜସେବୀ ଏନ୍.ଦୀନବନ୍ଧୁ, କେ.ଦାଶରଥୀ, ଭଦ୍ରଲୋକ ପି.ନାଇଡୁ, ବି.ଶଙ୍କର, ଏନ୍.ନାନେୟାଙ୍କ ସମେତ ବହୁ ମତ୍ସ୍ୟଜିବି ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ