ଜୁନ୍ ୧୭ରେ ଖୋଲିବନି ସ୍କୁଲ

ଭୁବନେଶ୍ଵର : ରାଜ୍ୟରେ ଜୁନ୍ ୧୭ରୁ ଖୋଲିବ ନାହିଁ ସ୍କୁଲ । ସ୍ଥିତି ଅନୁଧ୍ୟାନ ପରେ ଜୁଲାଇ ମାସରେ ଏହାକୁ ନେଇ ନିଷ୍ପତ୍ତି ନିଆଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜାରି ରହିଥିବା ଚତୁର୍ଥ ପର୍ୟ୍ୟାୟ ଲକ୍ ଡାଉନ ଆଜି ଶେଷ ହେଉଛି । ଆସନ୍ତାକାଲି ଠାରୁ ଅନଲକ୍-୧ ଆରମ୍ଭ ହେବ । ଏହାସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅନଲକ୍ -୧ ପାଇଁ ନୂଆ ଗାଇଡ୍‌ଲାଇନ୍ସ ମଧ୍ୟ ଜାରି ହୋଇଛି । ଗାଇଡ୍‌ଲାଇନ୍ସ ଅନୁସାରେ ଜୁଲାଇରେ ସ୍କୁଲ ଖୋଲିବାକୁ ଅନୁମତି ଅଛି କିନ୍ତୁ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର ସରକାର କହିଛନ୍ତି ।
ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ସ୍କୁଲ ଓ କଲେଜ ଖୋଲିବା ନେଇ କାଲି କେନ୍ଦ୍ରର ନୂଆ ଗାଇଡଲାଇନ ଆସିଛି । ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କୁ ଏନେଇ ଆଲୋଚନା କରିବାକୁ କୁହାଯାଇଛି । ତେଣୁ ସେହି ଦୃଷ୍ଟିକୋଣରୁ ଜୁନ ୧୭ରେ ସ୍କୁଲ ଖୋଲିବ ନାହିଁ । ପରବର୍ତ୍ତୀ କଥା ପରେ ଏନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ