ଜେଆର୍‌ସି ଏଜୁକେସନ୍ ଟ୍ରଷ୍ଟର ଚତୁର୍ଦ୍ଦଶ ସାଂସ୍କୃତିକ ଉତ୍କର୍ଷ ଉତ୍ସବ

ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ):ଖୋର୍ଦ୍ଧା ଶିଳ୍ପାଞ୍ଚଳ ପରିସରରେ ଜେଆର୍‌ସି ଏଜୁକେସନ୍ ଟ୍ରଷ୍ଟର ରାଧାକୃଷ୍ଣ ବୈଷୟିକ ମହାବିଦ୍ୟାଳୟ, ଜେଆର୍‌ଜି କଲେଜ୍ ଅଫ୍ ଫର୍ମାସି, କ୍ରିପ୍ଟନ ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଦକ୍ଷତା ବିକାଶ ସଂସ୍ଥାର ଦୁଇ ଦିନ ଧରି ଚାଲିଥିବା ଚତୁର୍ଦ୍ଦଶ ସାଂସ୍କୃତିକ ଉତ୍କର୍ଷ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ପ୍ରଥମ ଦିନ କ୍ୟାପଟେନ୍ ନବୀନ ଚନ୍ଦ୍ର ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅନୁଷ୍ଠାନର ପ୍ରତିଷ୍ଠାତାଙ୍କ ପୁତ୍ର ତଥା ଚେୟାରମ୍ୟାନ୍ ବିନିତ ମୋହନ ଗୁପ୍ତା, ଉପସଭାପତି ରଶ୍ମି ଗୁପ୍ତା, ପ୍ରାକ୍ତନ ନିର୍ଦ୍ଦେଶକ ଡଃ ବି. ରବିନ୍ଦ୍ରନ୍ ମୁଖ୍ୟ ଅତିଥି, ଉତ୍କଳ ବିଶ୍ୱବିଦ୍ୟାଳୟ ଗଣିତ ବିଭାଗର ମୁଖ୍ୟ ଅଧ୍ୟାପକ ଡଃ ଅନସୂୟା ନାଥ ମୁଖ୍ୟବକ୍ତା, ଜାଭିୟର ଶିକ୍ଷାନୁଷ୍ଠାନର ପ୍ରାକ୍ତନ ପ୍ରାଧ୍ୟାପକ ଡଃ ଲଥା ରବିନ୍ଦ୍ରନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୈଷୟିକ ଶିକ୍ଷାଦାନ ବ୍ୟତୀତ ବାହ୍ୟକ ଜ୍ଞାନଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ଗୁଣ ବିକାଶ ହୋଇପାରିବ ବୋଲି ମତ ଦେଇଥିଲେ । ସଭାରେ କ୍ରିପ୍ଟନ ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ଡଃ ରେବେକା ଭଟ୍ଟାଚାର୍ଯ୍ୟ, ରାଧାକ୍ରିଷ୍ଣ ବୈଷୟିକ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡଃ ଅବଦୁଲ କାଲାମ, ଫାର୍ମାସି କଲେଜର ଅଧ୍ୟକ୍ଷ ଆଶିଷ ଦେବ ଓ ଅନୁଷ୍ଠାନର ସମସ୍ତ ସଭ୍ୟ/ସଭ୍ୟାମାନେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ଡଃ ମାନସ ଚନ୍ଦନ ମିଶ୍ର ଓ ପ୍ରିୟଦର୍ଶିନୀ ସଂଯୋଜନା କରିଥିôବା ବେଳେ ଡଃ ମଲ୍ଲ ଓ ଡଃ କବାଟ ସହଯୋଗ କରିଥିଲେ । ପରେ ଅଧ୍ୟାପକ ନୀଳକଣ୍ଠ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଫ୍ୟାସନ ଶୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଦିନ ଉଦ୍‌ଯାପନୀ ଉତ୍ସବରେ ଚେୟାରମ୍ୟାନ୍ ବିନିତ ମୋହନ ଗୁପ୍ତା ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବାହ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ପରେ ଆଲବମ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥିଲା । ଶେଷରେ ଅଧ୍ୟାପକ ଚଞ୍ଚଳ ମୁଖାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ