ବିଜୟଲକ୍ଷ୍ମୀ ମହାପାତ୍ର ଓଡ଼ିଶା କୋଅପରେଟିଭ ହାଉସିଂ କର୍ପୋରେସନର ଉପସଭାପତି ଭାବେ ନିର୍ବାଚିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା କୋଅପରେଟିଭ ହାଉସିଂ କର୍ପୋରେସନ ଲିଃର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂତନ ଉପ-ସଭାପତି ଭାବେ ଶ୍ରୀମତୀ ବିଜୟ ଲକ୍ଷ୍ମୀ ମହାପାତ୍ର ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ମହାପାତ୍ର ବିଜୁ ମହିଳା ଜନତା ଦଳ ଭୁବନେଶ୍ୱର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରୁଛନ୍ତି । ନିର୍ବାଚିତ ହେବା ପରେ ଶ୍ରୀମତୀ ମହାପାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହିତ ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ବିଶେଷକରି ତାଙ୍କର ସବୁ ସମୟୟରେ ସାହଯ୍ୟ, ସହଯୋଗ ଓ ଆଶୀର୍ବାଦ ଥିବା ଭୁବନେଶ୍ୱର ଉତ୍ତର ବିଧାୟକ ତଥା ଭୁବନେଶ୍ୱର ଜିଲ୍ଲା ସଭାପତି ସୁଶାନ୍ତ ରାଉତଙ୍କୁ ଅନ୍ତରରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥି ସହିତ ସମଗ୍ର କୋଅପରେଟିଭ ନିର୍ବାଚନର ପର୍ଯ୍ୟବେକ୍ଷକ କାର୍ଯ୍ୟ ତୁଲାଇଥିବା ତଥା ପୂର୍ଣ୍ଣ ସହଯୋଗ ଓ ସମର୍ଥନ ଥିବା ମାନ୍ୟବର ମନ୍ତ୍ରୀ ପ୍ରତାପ କୁମାର ଦେବଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିପରି ମାନ୍ୟବର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମାନ୍ୟବର ମନ୍ତ୍ରୀ ପ୍ରମିଳା ମଲ୍ଲିକ, ମାନ୍ୟବର ବିଧାୟିକା ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଓଡ଼ିଶା ଷ୍ଟେଟ କୋଅପରେଟିଭ ବ୍ୟାଙ୍କର ନବନିଯୁକ୍ତ ସଭାପତି ଶ୍ରୀଯୁକ୍ତ ପ୍ରସାଦ ଦୋରାଙ୍କର ବିଶେଷ ସହଯୋଗ ଓ ସମର୍ଥନ ଥିବାରୁ ଶ୍ରୀମତୀ ମହାପାତ୍ର ଅନ୍ତରରୁ କୃତଜ୍ଞତା ଜ୍ଞାପନ କରିବା ସହିତ ସମସ୍ତ ନିର୍ଦ୍ଦେଶକ, ନିର୍ଦ୍ଦେଶିକା, ସମସ୍ତ ସହଯୋଗୀ, ଶୁଭେଚ୍ଛୁମାନଙ୍କୁ ଶ୍ରୀମତୀ ମହାପାତ୍ର କୃତଜ୍ଞତା ଜ୍ଞାପନ କରିଛନ୍ତି । ବିଶେଷ ଭାବରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ନୂତନ ସଭାପତି ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ମହାନ୍ତି ସବୁ ସମୟରେ ସାହାଯ୍ୟ ଓ ସହଯୋଗର ହାତ ବଢାଇ ଆଜି ମୋତେ ଏ ଜାଗାରେ ପହଞ୍ଚାଇଥିବାରୁ ଶ୍ରୀମତୀ ମହାପାତ୍ର ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ