ଜେଇଇ ମେଇନସ୍ ପ୍ରଥମ ପର୍ଯ୍ୟାୟରେ ସେଞ୍ଚୁରିଅନ ପବ୍ଲିକ ସ୍କୁଲର ସଫଳତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସ୍ଥିତ ସେଞ୍ଚୁରିଅନ ପବ୍ଲିକ ସ୍କୁଲର ସଫଳତା ଫର୍ଦ୍ଦରେ ଆଉ ଏକ ବିରାଟ ସଫଳତାର ଫର୍ଦ୍ଦ ଯୋଡି ହୋଇଯାଇଛି । ଗତ ଜାନୁଆରୀ ମାସରେ ଅନୁଷ୍ଠିତ ହୋଇଥିବା ଜେଇଇ ମେଇନସ୍ ପ୍ରଥମ ପର୍ଯ୍ୟାୟର ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ସ୍କୁଲର ଦ୍ବାଦଶ ଶ୍ରେଣୀର ଛାତ୍ର ଶ୍ରୀନିବାସ ପଣ୍ଡା ୯୬.୪ ଶତକଡା ହାସଲ କରିଥିବା ବେଳେ ତନିଶା ପାତ୍ର ୯୨.୫, ରାହୁଲ ଗୌଡ ୯୨.୨, ସମାନ୍ତର ମୈତ୍ରୀ ୮୭.୫, ଜାହ୍ନବୀ ୮୫.୪ ଓ ପ୍ରବୀର ଲିମା ୮୫.୨, ଶିବ ବିଶ୍ବାଳ ୮୧.୫, କେ. ରାଜେନ୍ଦ୍ର ୭୮.୯ ହାସଲ କରିଛନ୍ତି । ଯାହାକି ସ୍କୁଲ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କୁହାଯାଇଛି । ଛାତ୍ରଛାତ୍ରୀଙ୍କ ଏହି ସଫଳତାରେ ସ୍କୁଲରେ ଖୁସିର ଲହରୀ ଖେଳି ଯାଇଛି । ଅକ୍ଲାନ୍ତ ପରିଶ୍ରମ କରି ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସେଞ୍ଚୁରିଅନ ପବ୍ଲିକ ସ୍କୁଲର ଉପାଧ୍ୟକ୍ଷ ପ୍ରୋପେସର ଡି.ଏନ୍.ରାଓ, ଅଧ୍ୟା ସୁନୀତା ପାଣିଗ୍ରାହୀ, ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବିତ ପାତ୍ର, ସ୍କୁଲ ପ୍ରଶାସନ ଅଧିକାରୀ ପ୍ରଦୀପ କୁମାର ପଣ୍ଡା ପ୍ରମୁଖଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ସଫଳତା ପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ଅଭିବାଦନ ଜଣାଇବା ସହ ସେମାନଙ୍କର ଉଜ୍ବଳ ଭବିଷ୍ୟତ ନିମନ୍ତେ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ