ଜେଟ୍ ଏୟାରୱେଜ୍ ବୋର୍ଡରୁ ଇସ୍ତଫା ଦେଲେ ଗୋଏଲ ଦମ୍ପତି

ମୁମ୍ବାଇ(ଏଜେନ୍ସି): ଆର୍ଥିକ ସଂକଟ ଦେଇ ଗତି କରୁଥିବା ଜେଟ୍ ଏୟାରୱେଜର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ନରେଶ ଗୋଏଲ ଏବଂ ତାଙ୍କ ପତ୍ନୀ ଅନୀତା ଗୋଏଲ ଆଜି ଆକସ୍ମିକ ଭାବେ ଏୟାରଲାଇନ୍ସ ବୋର୍ଡରୁ ଇସ୍ତଫା ଦେଇଛନ୍ତି । ଋଣଦାତାଙ୍କ ସହ ସୋମବାର ଅନୁଷ୍ଠିତ ବୋର୍ଡ ବୈଠକରେ ବୋର୍ଡର ଅନ୍ୟ ସଦସ୍ୟମାନେ ମିଳିତ ଭାବେ ଏନେଇ ନିଷ୍ପତ୍ତି ନେବା ପରେ ଉଭୟ ନିଜ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । ଦୀର୍ଘ ୨୫ବର୍ଷ ତଳେ ଅର୍ଥାତ୍ ୧୯୯୩ରେ ନିଜ ହାତରେ ସ୍ଥାପନା କରିଥିବା ଜେଟ୍୍ ଏୟାରୱେଜ୍ରୁ ଆଜି ଇସ୍ତଫା ଦେବା ବେଳେ ଗୋଏଲ ଦମ୍ପତି ଭାବପ୍ରବଣ ହୋଇପଡିବା ଦେଖିବାକୁ ମିଳିଥିଲା ।
ଜେଟ୍ ଏୟାରୱେଜ୍ ଉପରେ ପ୍ରାୟ ୨୬ଟି ବ୍ୟାଙ୍କ୍ (କିଛି ସ୍ୱଦେଶୀ ଏବଂ ବିଦେଶୀ ବ୍ୟାଙ୍କ ମଧ୍ୟ ସାମିଲ) ୮ହଜାର କୋଟିରୁ ଅଧିକ ଟଙ୍କାର ଋଣ ରହିଛି । ଫଳରେ ଏୟାରଲାଇନ୍ସକୁ ଦେବାଳିଆ ଘୋଷିତ ହେବାରୁ ବର୍ତ୍ତିବା ପାଇଁ ନଗଦ ଟଙ୍କାର ଆବଶ୍ୟକତା ରହିଛି । ଜେଟ୍ ଏୟାରୱେଜ୍ ଏୟାରଲାଇନ୍ସ ଏବଂ ଇଞ୍ଜିନିୟରମାନଙ୍କୁ ଗତ ୩ମାସ ହେଲା ଦରମା ମିଳିନାହିଁ । ମାର୍ଚ୍ଚ ୩୧ସୁଦ୍ଧା ଦରମା ନମିଳିଲେ ଏପ୍ରିଲ ୧ରୁ ସେମାନେ ଆଉ ଉଡ଼ାଣ କରିବେ ନାହିଁ ବୋଲି ପାଇଲଟମାନେ ଚେତାବନୀ ଦେଇଛନ୍ତି । ଲିଜ୍ ଭଡ଼ା ଦେଇନପାରିବାରୁ ଜେଟ ଏୟାରୱେଜର ୫୪ଟି ବିମାନର ଉଡ଼ାଣ ବନ୍ଦ ହୋଇଯାଇଛି । ଏହାସହ ୧୩ ଅନ୍ତର୍ଜାତୀୟ ପଥରେ ଆସନ୍ତା ଏପ୍ରିଲ ପର୍ଯ୍ୟନ୍ତ ଜେଟ୍ ଏୟାରୱେଜ୍ର ଉଡ଼ାଣ ବାତିଲ କରିଦିଆଯାଇଛି । ଜେଟ୍ ଏୟାରୱେଜ ଦେବାଳିଆ ହେଲେ ୧୬,୫୦୦ ଲୋକ ·କିରି ହରାଇବେ । ଏପରିସ୍ଥିତିରେ କେନ୍ଦ୍ର ସରକାର ଜେଟ୍ ଏୟାରୱେଜକୁ ଯେକୌଣସି ପରିସ୍ଥିତିରେ ମଧ୍ୟ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିବାକୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ ।
ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବ୍ୟାଙ୍କଗୁଡ଼ିକ ଗତ ସପ୍ତାହରେ ସଂକେତ ଦେଇଥିଲେ ଯେ, ଯଦି ପରିଚାଳନା ବୋର୍ଡରେ ପରିବର୍ତ୍ତନ ହୁଏ, ତେବେ ସେମାନେ ଏୟାରଲାଇନ୍ସରେ ଟଙ୍କା ନିବେଶ କରିବା ଉପରେ ଚିନ୍ତା କରିବେ । ସୁତରାଂ ବୋର୍ଡ ସଦସ୍ୟମାନେ ଏନେଇ ମିଳିତ ନିଷ୍ପତ୍ତି ନେବା ପେରେ ନରେଶ ଏବଂ ତାଙ୍କ ପତ୍ନୀ ଅନୀତାଙ୍କୁ ଆଜି ଇସ୍ତଫା ଦେବାକୁ ପଡିଛି । ଅନ୍ୟପକ୍ଷେ ଏବେ ଏୟାରଲାଇନ୍ସର ପ୍ରତିଦିନର କାର୍ଯ୍ୟର ତଦାରଖ ପାଇଁ ଏକ ଅନ୍ତରୀଣ ପରିଚାଳନା କମିଟି ଗଠନ କରାଯିବ । ଏବଂ ଜେଟ୍ ଏୟାରୱେଜର ଋଣଦାତାଙ୍କ ମଧ୍ୟରୁ ୨ଜଣ ଏହି ପରି·ଳନା କମିଟିରେ ସଦସ୍ୟ ରହିବେ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ