ଜେଲ ଗଲେ ବିଧାୟକ ପ୍ରାର୍ଥୀ
ଦ୍ବତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିଲା ବେଳେ ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନ ମଣ୍ଡଳୀ ରେ ଇଭିଏମ ଭାଙ୍ଗିବା ଘଟଣା ବିଜେପି ବିଧାୟକ ପ୍ରାର୍ଥୀ ନିଳମଣି ବିଶୋଇ ଙ୍କୁ ଜେଲ ଯିବାକୁ ପଡିଛି । ଗୁରୁବାର ତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି । ସୂଚନା ଅନୁସାରେ ଗତକାଲି ମତଦାନ କରୁଥିବା ସମୟରେ ରେଣ୍ଟ ଗାଁ ର ୧୮୨ ନଂ ବୁଥ ରେ ଇଭିଏମ ମେସିନ ଭଙ୍ଗା ହୋଇଥିଲା ଏହି ଘଟଣା ରେ ବିଧାୟକ ପ୍ରାର୍ଥୀ ନୀଳବିଶୋଇ ଙ୍କ ନାଁ ଉଠିବାରୁ ପୋଲିସ ତାଙ୍କୁ ଥାନା କୁ ଆଣି ଅଟକ ରଖିଥିଲା ହେଲେ ନୀଳମଣି ଏହାକୁ ଖଣ୍ଡନ କରିଛନ୍ତ ।