ଜୋନ ସଂଘମର ନୂତନ କର୍ମକର୍ତ୍ତାଙ୍କ ଶପଥ ପାଠ ଉତ୍ସବ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ଜିଲ୍ଲା ରେଡ୍ଡୀ ମହାଜନ ସଂଘମର ଅନୁବନ୍ଧିତ ଛତ୍ରପୁର ଜୋନ ରେଡ୍ଡୀ ମହାଜନ ସଂଘମର ନୂତନ କର୍ମକର୍ତ୍ତା ମାନଙ୍କ ଶପଥ ପାଠ ଉତ୍ସବ ସ୍ଥାନୀୟ ସଂଘମ କାର୍ଯ୍ୟାଳୟ ପରିସରରେ ଗଂଜାମ ଜିଲ୍ଲା ରେଡ୍ଡୀ ମହାଜନ ସଂଘମର ସଭାପତି ସିଏଚ୍ .ଡିଲେଶ୍ୱର ରେଡ୍ଡୀ, ସାଧାରଣ ସଂପାଦକ ଆର୍‌.ଶ୍ରୀନୁ ରେଡ୍ଡୀ ଏବଂ ଉପଦେଷ୍ଟା ପି.କାମରାଜୁ ରେଡ୍ଡୀ ଓ ଏସ.କ୍ରିଷ୍ଣା ରେଡ୍ଡୀ ଙ୍କ ଉପସ୍ଥିତ ରେ ଅନୁଷ୍ଠିତ ହୋଇଯାଇଛି । ସଂଘମର ନୂତନ ସଭାପତି ସିଏଚ୍‌.ପୂର୍ଣ୍ଣ କୁମାର, ଉପସଭାପତି ୟୁ.କ୍ରିଷ୍ଣା ରେଡ୍ଡୀ, ସାଧାରଣ ସଂପାଦକ ବି.ଡମ୍ବୁରୁ ରେଡ୍ଡୀ, କୋଷାଧ୍ୟକ୍ଷ କେ.ଏରେୟା ରେଡ୍ଡୀ, ଉପଦେଷ୍ଟା ପି.ଚନ୍ଦ୍ର ରାଓ ରେଡ୍ଡୀ, ସହ-ସଂପାଦକ ଏମ୍‌.ଭଗବାନ ରେଡ୍ଡୀ, ଟି.ନରେଶ କୁମାର ରେଡ୍ଡୀ ଓ ଜି.କୃଷ୍ଣ ପ୍ରସାଦ ରେଡ୍ଡୀ, ଜୋନ୍ ସଭ୍ୟ ଏନ୍‌.ଭୀମରାଜୁ ରେଡ୍ଡୀ, ପି.ରଘୁନାଥ ରେଡ୍ଡୀ, କେ.ଭୀମା ରେଡ୍ଡୀ, ଆର.ଗୁରୁ କୁମାର ରେଡ୍ଡୀ, ଆର.ଆରମ୍ଭ ରେଡ୍ଡୀ, ଏସ୍‌,ଦାଲେୟା ରେଡ୍ଡୀ ଓ ଏସ୍‌.କେଶବ ରେଡ୍ଡୀ ପ୍ରମୁଖ ସଂଘମ ନୀୟମ ନୀତି ଅନୁସରଣ କରି ସମସ୍ତ କାର୍ଯ୍ୟ କରିବା ନିମନ୍ତେ ଶପଥ ପାଠ କରିବା ସହ ସଂଘମ ବିଭିନ୍ନ କାର୍ଯ୍ୟକ୍ରମକୁ ଆଗେଇନେବା ନିମନ୍ତେ ସ୍ଥିରକୃତ କରାଯାଇଥିଲ।। ଶେଷରେ ଛତ୍ରପୁର ଜୋନ୍ ସଂପାଦକ ବି.ଡମ୍ବୁରୁ ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ