ଜ୍ଞାନବିଜ୍ଞାନ ମେଳା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ବ୍ଳକ କଞ୍ଚୁରୁ ସରକାରୀ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଶନିବାର ଜ୍ଞାନବି(ଶେଷଦେବ ସାହୁ) :ଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ସୁଜିତ କୁମାର ପାଢିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ମେଳାରେ ବିଚାରପତି ଭାବେ ସାପୁଆପଲ୍ଲୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ହରପ୍ରସାଦ ମିଶ୍ର ଓ ସାରୁ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସତ୍ୟ ନାରାୟଣ ପଟ୍ଟନାୟକ ଯୋଗ ଦେଇଥିଲେ । ଆୟୋଜିତ ମେଳାରେ ବିଦ୍ୟାଳୟର ୩୬ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ସେଥିମଧ୍ୟରୁ ୩ଟି ପ୍ରକଳ୍ପକୁ ବ୍ଳକସ୍ତରୀୟ ବିଜ୍ଞାନ ମେଳାରେ ପଦର୍ଶନ ସକାଶେ ମନୋନୀତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷୟତ୍ରୀ ଏଲ. ଗୌରୀ ଅଚାରୀ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ପ୍ରିତୀ ପ୍ରିୟଦର୍ଶନୀ ପାତ୍ର, ପ୍ରିୟଙ୍କା ନାୟକ, ଶିକ୍ଷକ ବିଭୁତି ପଟ୍ଟନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।