ଜୟକିଷାନ ସେବାଶ୍ରମ ଅନ୍ତେବାସୀଙ୍କୁ ସହାୟତା
ବୁଗୁଡା,(ୱାଏନଏସ):ବାଲିପଦର ନିକଟସ୍ଥ ଝୋଲାରି ଜୟକିଷନ ସେବାଶ୍ରମ ଠାରେ ଅବସ୍ଥାନ କରୁଥିବା ଅସହାୟ ଅନ୍ତେବାସୀଙ୍କୁ ଗୋପବନ୍ଧୁ ଚାରିଟେବଲ୍ ଟ୍ରଷ୍ଟ୍ର ମାନେ ତଥା ସମାଜସେବୀ ଦୁର୍ଗାମାଧବ ପଣ୍ଡା (ମନ୍ଦାର),ଅଂଶୁମାନ ପଣ୍ଡା (ମନ୍ଦାର) ସମୀର କୁମାର ଭୂୟାଁ (କେନ୍ଦୂବାଡି) ରୁନୁ ଭୂୟାଁ (କେନ୍ଦୁବାଡି),କୁନି ସ୍ୱାଇଁ (ପଙ୍କଳ ବାଡି) ପରିଦର୍ଶନ କରି ଅସହାୟ ବ୍ରୁ୍ୂଦ୍ଧବ୍ରୁୂଦ୍ଧାଙ୍କୁ ସଯତ୍ନେ କେମେତି ରଖା ଯାଇପାରିବ,ସେମାନଙ୍କ ଉତ୍ତମ ସ୍ବାସ୍ଥ୍ଯ, ଖାଦ୍ୟ ପେୟ ସୁଚାରୁ ରୂପେ କରିବା ପାଇଁ ଟ୍ରଷ୍ଟର ସଞ୍ଚାଳକ କାର୍ତ୍ତିକେଶ୍ଵର ବିଷୋୟୀଙ୍କୁ ପରାମର୍ଶ ଦେଇଥିଲେ।ଏଥି ସମ୍ପର୍କରେ ଏକ ଏକ ସଚେତନତା ସଭା ଅନୁଷ୍ଠିତ ହୋଇ ନାହିଁ-ଅନ୍ତେବାସୀ ମାନଙ୍କସହ ବନ୍ଧୁତ୍ବ ପୂର୍ଣ୍ଣ ବାର୍ତ୍ତାଳଆପ କରିଥିଲେ। ଅନ୍ତେବାସୀ ମାନଙ୍କୁ ନୂତନ ବସ୍ତ୍ର ଓ ପାଚିଲା ଫଳ ପ୍ରଦାନ କରା ଯାଇଥିଲା। ସେବାଶ୍ରମ ପକ୍ଷରୁ କର୍ତିକେଶ୍ୱର୍ ବିଷୋୟୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।