ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ
ହାଟଡିହି, (ଓ୍ବାଇଏନ୍ଏସ୍):ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମର ଆଦିବାସୀ ସାହିରେ ଶୁଖିଲାଖାଦ୍ୟ ବଣ୍ଟନ କରାଯାଇଛି । ଟ୍ରଷ୍ଟର ଅଧକ୍ଷା ସୁରେଶ୍ୱରୀ ସାଗରୀକା ଜେନା, ଟ୍ରଷ୍ଟି ଉମାକାନ୍ତ ରାଉତ, ସଦସ୍ୟ ଅର୍ଜୁନ ଖଣ୍ଡା, ଶ୍ରୀଲେଖା ଜେନା ପ୍ରମୁଖ ଉପସ୍ଥିତ ରହି ଗରିବ ଆଦିବାସୀ ପରିବାରଙ୍କୁ ଚାଉଳ, ଡାଲି, ଆଳୁ, ପିଆଜ, ତେଲ, ଲୁଣ ଓ ବିଭିନ୍ନ ପ୍ରକାରର ମସଲା ବଣ୍ଟନ କରିଥିଲେ । ଏହା ସହିତ ବର୍ତ୍ତମାନ ସମୟରେ କାରୋନା ଭୟାବହତାକୁ ଆଖି ଆଗରେ ରଖି ଲୋକମାନେ ଅତି ଆବଶ୍ୟକ ନଥିଲେ ବାହାରକୁ ନ ବାହାରିବା, ନିୟମିତ ମାସ୍କ ବ୍ୟବହାର କରିବା, କିପରି ସାମାଜିକ ଦୁରତା ବଜାୟ ରଖି ଚଳିବା ତାହା ଉପରେ ସଚେତନ କରାଇଥିଲେ । ଆଗାମି ଦୁଇମାସ ଆମପଇଁ ଘଡିସନ୍ଧି ମୁହୁର୍ତ୍ତ ହୋଇଥିବାରୁ ଆମ ମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି ଅଧ୍ୟକ୍ଷା ସୁରେଶ୍ୱରୀ ସାଗରିକା ଜେନା ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।


