ଜୟପ୍ରଦାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଲେ ଆଜମ୍ ଖାନ୍ଙ୍କ ପୁଅ
ଲକ୍ଷେ୍ନø(ଏଜେନ୍ସି): ଉତ୍ତରପ୍ରଦେଶର ରାମପୁର ଆସନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଅଭିନେତ୍ରୀ ଜୟାପ୍ରଦାଙ୍କ ପ୍ରତି ପୁଣି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ଙ୍କ ପୁଅ ଅବଦୁଲ୍ଲା ଆଜମ୍ ଖାନ୍ । ପୂର୍ବରୁ ଦଳର ବରିଷ୍ଠ ନେତା ଆଜମ୍ ଖାନ୍ ଜୟାପ୍ରଦାଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ଦେଇ ଥିବାବେଳେ ଏଥର ତାଙ୍କ ପୁଅ ଅବଦୁଲ୍ଲା ଅ୍ନୁରୂପ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି । ଅବଦୁଲ୍ଲା ଜୟାପ୍ରଦାଙ୍କୁ “ଅନାରକଲ୍ଲୀ’ ସମ୍ବୋଧନ କରିଛନ୍ତି । ରବିବାର ଏକ ନିର୍ବାଚନୀ ସଭାରେ ବାପା ଆଜମ ଖାନଙ୍କ ଉପସ୍ଥିତିରେ ଅବଦୁଲ୍ଲା ଏହି ମନ୍ତବ୍ୟ ଦେବା ସହ କହିଛନ୍ତି, ଏହା ନିଃସନ୍ଦେହ ଯେ ଆମର ଅଲି ଏବଂ ବଜରଙ୍ଗବଲି ଦରକାରୟ କିନ୍ତୁ ଜଣେ ଅନାରକଲିର ଆବଶ୍ୟକତା ନାହିଁ । ତେବେ ଅବଦୁଲ୍ଲା ଦେଇଥିବା ବୟାନକୁ ନେଇ ଜୟାପ୍ରଦା ଗଭୀର ମର୍ମାହତ ହୋଇଛନ୍ତି । ଏହା ବିରୋଧରେ ନିର୍ବାଚନ କମିଶନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି । ଜୟାପ୍ରଦା କହିଛନ୍ତି, ସେ ଏଭଳି ବୟାନ ଶୁଣି କାନ୍ଦିବି କି ହସିବି ଜାଣିପାରୁନାହିଁ । ବାପା ଯେମିତି ପୁଅ ବି ସେମିତି । ସେ କେବେ ହେଲେ ଅବଦୁଲ୍ଲାଙ୍କ ଠାରୁ ଏଭଳି ବୟାନ ଆଶା କରିନଥିଲେ । ସେ ଜଣେ ଶିକ୍ଷିତ ଯୁବକ । ବାପା ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରୟୋଗ କରୁଥିବା ବେଳେ ଏବେ ପୁଅ ଅବଦ୍ଦୁଲା ମଧ୍ୟ ଏପରି କହୁଛନ୍ତି । ଅବଦ୍ଦୁଲ୍ଲା ତାଙ୍କ ପୁଅ ଭଳି । ତାଙ୍କରି ଆଖି ସାମ୍ନାରେ ସେ ବଡ ହୋଇଛନ୍ତି । ଏବେ ଏପ୍ରକାର ଶବ୍ଦ ତାଙ୍କ ଠାରୁ ଶୁଣିବା ତାଙ୍କୁ ବ୍ୟଥିତ କରିଛି ବୋଲି ଜୟାପ୍ରଦା କହିଛନ୍ତି । ନିକଟରେ ଆଜମ ଖାନ ଜୟାପ୍ରଦାଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ । ଆଜମ୍ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ନିର୍ବାଚନ ଆୟୋଗ ତାଙ୍କ ପ୍ର•ର ଉପରେ ୩ଦିନ କଟକଣା ଲଗାଇଥିଲେ । ଏବେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।