ଜୟ ଜଗନ୍ନାଥ ଚେତନା ମଂଚର ସଚେତନତା କାର୍ଯ୍ୟକ୍ରମ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ ଅନ୍ତର୍ଗତ ଡାବର ପଂଚାୟତର ଜୟ ଜଗନ୍ନାଥ ମଂଚ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ମଂଚର ଆବାହକ ଶିବ ପ୍ରସାଦ ପରିଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ଗାଡିରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଗାଁକୁ ଗାଁ ବୁଲି ବିଭିନ୍ନ ବିଷୟରେ ସଚେତନତା କରାଯାଇଥିବା ଜଣାଯାଇଛି । ସଚେତନତା ମଧ୍ୟରେ ଈଶ୍ୱର ବିଶ୍ୱାସୀ ହୁଅନ୍ତୁ, ବାପା ମା’ଙ୍କର ସେବା କରନ୍ତୁ, ନିଶା ନିବାରଣ କରନ୍ତୁ, ଆତ୍ମହତ୍ୟା ଠାରୁ ଦୂରେଇ ରୁହନ୍ତୁ, ଖୁସିରେ ଏବଂ ଶାନ୍ତିରେ ରହିବା ପାଇଁ ସଚେତନ କରାଯାଇଥିଲା । ଆବାହକ ପରିଡା କହିବା ମୁତାବକ ବର୍ତମାନ ସମାଜ କଳୁଷିତ ହେବାରେ ଲାଗିଛି । ଯୁବ ପିଢିଙ୍କୁ ସଚେତନା କରିବା ସହିତ ପ୍ରତ୍ୟେକ ପରିବାରରେ ଶାନ୍ତି ଆଣିବା ସହିତ ପରିବାରରେ ସୁସଂପର୍କ ରକ୍ଷା କରିବା ଓ ସମସ୍ତଙ୍କ ମନରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ପାଇଁ ମଂଚ ପକ୍ଷରୁ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ସୂଚନା ଦେଇଛନ୍ତି । ପ୍ରଥମେ ଡାବର ପଂଚାୟତରୁ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ବାଲିକୁଦା ବ୍ଳକର ମାଛଗାଁ, ବାଲିକୁଦା ଓ ନାଉଗାଁ ବ୍ଳକ ଦେଇ ଉକ୍ତ ସଚେତନତା ଗାଡି ଡାବରରେ ପହଂଚିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ