ଜୟ ଯବାନ ମତ୍ସ୍ୟ ବ୍ୟବସାୟୀ ସଂଘ ତରଫରୁ ଅସହାୟଙ୍କୁ କମ୍ବଳ ବଣ୍ଟନ
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ୱାର୍ଡ଼ ନଂ ୩୬, ୟୁନିଟ୍-୪ ଅଞ୍ଚଳରେ ଥିବା ପୁରୁଣା ଏଜି କଲୋନୀ (ଦୁର୍ଗା ମଣ୍ଡପ) ନିକଟରେ ‘ଜୟ ଯାବନ ମତ୍ସ୍ୟ ବ୍ୟବସାୟୀ ସଂଘ’ ତରଫରୁ ଅସହାୟ ଲୋକମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଛି । ପ୍ରଚଣ୍ଡ ଶୀତତାପରୁ ରକ୍ଷା ପାଇବା ପାଇଁ ୟୁନିଟ୍-୪ ମାର୍କେଟରେ ଏହି ମତ୍ସ୍ୟ ବ୍ୟବସାୟୀ ସଂଘ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ ମେୟର ତଥା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ଅସହାୟ ଲୋକମାନଙ୍କୁ କମ୍ବଳ ପ୍ରଦାନ କରିଥିଲେ । ୱାର୍ଡ଼ ନଂ ୩୬ର କର୍ପୋରେଟର ନରେନ ସାହୁ ଏବଂ ସମ୍ପାଦକ ଜମ୍ବେଶ୍ୱର ମଲ୍ଳିକଙ୍କ ନେତୃତ୍ୱରେ ମତ୍ସ୍ୟ ବ୍ୟବସାୟୀ ସଂଘର ସୟଦ ରହମତୁଲ୍ଲା, ସେକ୍ କୁଦୁସ, ସେକ ମୁବାରକ, ଜୟ ବେହେରା, ସୟଦ ଅନସର ଅଲ୍ଲୀ, ସେକ୍ ମୁସ୍ତାଫା, ମହମ୍ମଦ ମାଲିକ ଖାଁ, ପ୍ରଭାକର ବେହେରା, ଶିବ ପ୍ରସାଦ ସୁଆର, ସର୍ଦ୍ଦାର ଖାଁ ଏବଂ ସେକ୍ ତସବୀର ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।