ଝରାଡିହି ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଏକ ଦିବସୀୟ ଜୁନିଅର୍ ଓ କାଉନସେଲିଂ ପ୍ରଶିକ୍ଷଣ ଶିବିର

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ବହଳଦା ଗୋଷ୍ଠୀ ଶିକ୍ଷା ଅଧୀକାରୀ କାର୍ଯ୍ୟାଳୟ ଅନ୍ତର୍ଗତ ଝରାଡିହି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଏକ ଦିବସୀୟ ଜୁନିଅର୍ ଓ କାଉନସେଲିଂ ପ୍ରଶିକ୍ଷଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ସ୍ମୃତି ରଂଜନ ପାଣି ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ରାଜ୍ୟ ଜୁନିଅର ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ, ମୁଖ୍ୟ ବକ୍ତା ଲଳିତ ମହାନ୍ତ, ରାଜ୍ୟର ବରିଷ୍ଠ ପ୍ରାଥମିକ ଚିକିତ୍ସା ସାଧନକର୍ମୀ ଲୀଳାପୁର୍ଣ ତୀର୍ଥ ସ୍ବାଇଁ ,ଆଲୁମନି ସଭାପତି ଚିତ୍ତରଞ୍ଜନ ମଣ୍ଡଳ,ଓଷ୍ଟାର ବ୍ଳକ ସଂପାଦକ ପ୍ରକାଶ ନାୟକ, ପୂର୍ବତନ କ୍ରୀଡା ଶିକ୍ଷକ ନିମାଇଁ ଚାନ୍ଦ ମଣ୍ଡଳ ପ୍ରମୁଖ ଯୋଗ ଦେଇ ବିଭିନ୍ନ ସଚେତନତା ଉପରେ ଗୁରୁତ୍ବ ଦେଇଥିଲେ ।ପ୍ରାରମ୍ଭରେ କାଉନସେଲିଂ ବିରେନ ଦଳେଇଙ୍କ ନେତୃତ୍ୱରେ ଜୁନିୟର୍ସ ମାନେ ରେଡକ୍ରସ ସଂଗୀତ ଗାନ ପରିବେଷଣ କରିଥିଲେ । ଅତିଥି ଗଣ ରେଡକ୍ରସ ଜନକ ହେନେରୀ ଡୁନାଣ୍ଟଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏଥିରେ ଜାରିତାଣ୍ଡୀ ଉଚ୍ଚ ବିଦ୍ୟାଳୟ,ଏଫ ଏମ ଏକାଡେମୀ ତାରଣା ଉଚ୍ଚ ବିଦ୍ୟାଳୟ,ହଙ୍ଗଲ ଉଚ୍ଚ ବିଦ୍ୟାଳୟର ଜୁନିଅର୍ ମାନେ ଅଂଶ ଗ୍ରହଣ କରିଥିଲେ । ୭ଟି ବ୍ଳକର କାଉନସେଲିଂ ମାନେ ଯୋଗ ଦେଇଥିଲେ । ସାରା ବିଶ୍ବରେ ରେଡକ୍ରସ ର ନାମ ଅନନ୍ୟ ଅଟେ ।ଏହା ସ୍ବାସ୍ଥ୍ୟ,ସେବା ଓ ବନ୍ଧୁତାର ପ୍ରତିକ । ମାନବ ସେବା ମାଧବ ସେବା । ପ୍ରତ୍ୟେକ ମଣିଷ କାହାରି ନା କାହାରି ସାହାଯ୍ୟରେ ସମାଜରେ ଆଗକୁ ବଢିଛି ।ତେଣୁ ସେହି ମଣିଷ ମଧ୍ୟ କାହାକୁ ସାହାଯ୍ୟ କରି ଋଣ ଶୁଝିବା ଦରକାର । ତେଣୁ ମଣିଷ ର ଗୋଟିଏ ପାର୍ଟ ରହିଲା ଜୀବିକା ପଛରେ ଗୋଡାଇବାର ଆଉ ଗୋଟିଏ ପାର୍ଟ କିଛି ନା କିଛି ସାମାଜିକ ସେବା କଲେ ମଣିଷ ଜୀବନ ଧନ୍ୟ ହେବ । ତେଣୁ ପ୍ରତ୍ୟେକ ମଣିଷ ରେଡକ୍ରସ କୁ ଭଲ ପାଇବା,ରେଡକ୍ରସ୍ ଉଦ୍ଦେଶ୍ୟକୁ ବୁଝି ନିଜ ଜୀବନରେ ଲଗାଇଲେ ଜୀବନ ଧନ୍ୟ ହେବ ବୋଲି ଅତିଥି ଗଣ କହିଥିଲେ । ରେଡ଼କ୍ରସ ରକ୍ତଦାନ,ବନ୍ୟା ବାତ୍ୟା ସମୟରେ ତାହାର କାର୍ଯ୍ୟ ଦକ୍ଷତା ପାଇଁ ସାରା ବିଶ୍ଵରେ ଏହା ଜଣାଶୁଣା ଅଟେ ।ରାସ୍ତାଘାଟରେ ଦୁର୍ଘଟଣା ,ଘରପୋଡି,ପାଣିରେ ବୁଡିବା ସମୟରେ ରେଡକ୍ରସରୁ ତାଲିମ ପାଇଥିବା ରକ୍ଷକ ମାନେ ସହାୟତାର ହାତ ବଢାଇଥାନ୍ତି । ତେଣୁ ରେଡକ୍ରସ କୁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହାର ଆକାର,ସାକାର ପରିବର୍ଦ୍ଧିତ କରିବା ଦରକାର ।ଡାକ୍ତର,ପୋଲିସ,ଅଗ୍ନିଶମ ବିଭାଗ କର୍ମଚାରୀ ହୋଇ ନଥିଲେ ମଧ୍ୟ ଜଣେ ରକ୍ଷକ ଦୁର୍ଘଟଣା ସ୍ଥଳରେ ନିଜର ଉପସ୍ଥିତି ବୁଦ୍ଧି ଓ ରେଡକ୍ରସ ରୁ ତାଲିମ ନେଇଥିବା ଆବଶ୍ୟକୀୟ କୌଶଳ ଯୋଗୁଁ ମୃତ୍ୟୁ ମୁଖରୁ ଜଣକୁ ବଂଚାଇପାରିବା ଦକ୍ଷତା ରହିଛି । ଦୁର୍ଘଟଣାର ପ୍ରଥମ ୧ ଘଣ୍ଟା ସବୁଠାରୁ ସୁବର୍ଣ୍ଣ ଓ ମୂଲ୍ୟବାନ ସମୟ ।ସେହି ସମୟରେ ରେଡକ୍ରସ ବ୍ୟକ୍ତି ଜଣକ ଥାଏ ତାହାହେଲେ ସେ ସମୟର ସଦୁପଯୋଗ କରି ମୃତ୍ୟୁ ମୁଖରୁ ବଂଚାଇବାପାଇଁ ଚେଷ୍ଟା କରେ ।ଏଥିରେ ଶତକଡା ୭୦ ଭାଗ ଲୋକ ମୃତ୍ୟୁ ମୁଖରୁ ବଂଚିଥାନ୍ତି ।ରାସ୍ତାଘାଟ,ପୋଖରୀ ,ଘରପୋଡି ପାଖରେ ପୋଲିସ,ଅଗ୍ନିଶମ ବିଭାଗ,ବନ ବିଭାଗ କର୍ମଚାରୀ ନ ଥାନ୍ତି ।କେବଳ ଥାନ୍ତି ଆଖପାଖରେ ରେଡକ୍ରସ ତାଲିମ ପ୍ରାପ୍ତ ବ୍ୟକ୍ତି । ସେତେବେଳେ ସେମାନେ ହୋଇଥାନ୍ତି ପିଡିତଙ୍କ ଭଗବାନ । ତେଣୁ ଏହି କର୍ମଶାଳାର ଉଦ୍ଦେଶ୍ୟ ହେଉଛି ସମସ୍ତେ ରେଡକ୍ରସକୁ ଜାଣନ୍ତୁଓ ତାଲିମ ନିଅନ୍ତୁ ଏବଂ ଗର୍ବର ସହ କୁହନ୍ତୁ ମୁଁ ଜଣେ ରେଡକ୍ରସ ବ୍ୟକ୍ତି ।ପରେ ବିଦ୍ୟାଳୟ ତରଫରୁ ମୁଖ୍ୟ ଅତିଥିଙ୍କ ସମେତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଏଥିରେ ୪ ଟି ବିଦ୍ୟାଳୟର ରେଡକ୍ରସ କାଉନସେଲିଂ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।ଶେଷରେ ତାଲିମ ସଫଳ ସୋଇଥିବାରୁ ଜିଲ୍ଲା ଜୁନିଅର ରେଡ଼କ୍ରସ ଅଧିକାରୀ ତଥା ଝରାଡିହି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ମୃତି ରଂଜନ ପାଣି ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ପରିଚାଳନାରେ ବିଦ୍ୟାଳୟ ଓ ହଷ୍ଟେଲରେ ଶିକ୍ଷକ, ଶିକ୍ଷୟତ୍ରୀ , କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।କାଉନସେଲିଂ ମିତା ହାଁସଦା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।କାଉନସେଲର ମନୋଜ ଵେଶ୍ରା,ବିଜୟ ସୂତାର, ମହେନ୍ଦ୍ର ହାଁସଦା, ସସ୍ମିତା ମହାନ୍ତ,ସ୍ମିତା ଶ୍ରୀ ଗୌଡ଼,ଦେଲା ଟୁଡୁ ବବୁଲ ଭାଙ୍ଗିଲେ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ