ଝରାଡିହି ସେକ୍ସନ ପକ୍ଷରୁ ୭୩’ ତମ ବନମୋହତ୍ସବ ପାଳିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବହଳଦା ବନାଞ୍ଚଳ ଝରାଡିହି ସେକ୍ସନ ପକ୍ଷରୁ କାଶିଗୋଡା ଏବଂ ଦୁବଲାବେଡା ଠାରେ ବୃକ୍ଷ ରୋପଣ କରାଯାଇ ୭୩’ ତମ ବାର୍ଷିକ ବନମୋହତ୍ସବ ପାଳିତ ହୋଇ ଯାଇଛି । ପ୍ରତ୍ୟକ ବର୍ଷ ଜୁଲାଇ ମାସ ର ୧’ ରୁ ୭’ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବନମୋହତ୍ସବ କାର୍ଯ୍ୟକ୍ରମ ଅନୁସାରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ବହଳଦା ବନଖଣ୍ଡ ଝରାଡିହି ସେକ୍ସନ ଅନ୍ତର୍ଗତ କାଶିଗୋଡା ଠାରେ ୧’ ତାରିଖ ଦିନ ଅନୁଷ୍ଠିତ ହୋଇ ଯାଇଥିବା ବନମୋହତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବହଳଦା ରେଞ୍ଜ ଅଧିକାରୀ ଶ୍ରୀମତୀ ସୁମତୀ ପାତ୍ର’ଙ୍କ ଉପସ୍ଥିତିରେ କାଶିଗୋଡା ବନ ସୂରକ୍ଷା ସମିତି ସଦସ୍ୟ, ମାଝୀବାବା, ନାଏକେ ବାବା ଓ ଗ୍ରାମବାସୀ’ଙ୍କ ସହଯୋଗରେ ଅତିଥି ମାନେ ସଚେତନା ବାର୍ତ୍ତା ଦେଇ ବୃକ୍ଷରୋପଣ କରିବା ପରେ ଉପସ୍ଥିତ ସମସ୍ତ ସଦସ୍ୟଗଣ ବୃକ୍ଷ ରୋପଣ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ସଂଯୋଜକ ଗୋବିନ୍ଦ ମାଝୀ, ଶିଖା କୁମାରୀ ଆଠଘୋରା, ଝରାଡିହି ବନପାଳ ମହାବୀର ସିଂ ମୁର୍ମୁ, ବହଳଦା ବନନପାଳ ଜୀତେନ୍ଦ୍ର ବେହେରା, ଝରାଡିହି ବନରକ୍ଷୀ ହେମନ୍ତ କୁମାର ହେମ୍ବ୍ରମ, ବହଳଦା ବନରକ୍ଷୀ ଶ୍ରୀମତୀ ଶୁଭସ୍ମିତା ଗିରି ଏବଂ କାଶିଗୋଡା ବନସୂରକ୍ଷା ସମିତି ସଭାପତି ମାଝିଆ ଟୁଡୁ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ଆଜି ୨’ ତାରିଖ ଦିନ ଝରାଡିହି ସେକ୍ସନ ଅନ୍ତର୍ଗତ ଦୁବଲାବେଡା ଗ୍ରାମ ଠାରେ ଝରାଡିହି ବନପାଳ ମହାବୀର ସିଂ ମୁର୍ମୁ’ଙ୍କ ସଂଯୋଜନାରେ ଅନୁଷ୍ଠିତ ବନମୋହତ୍ସବ କାର୍ଯ୍ୟକ୍ରମରେ ଝରାଡିହି ଫାଣ୍ଡି ଅଧିକାରୀ ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ସାମ୍ବାଦିକ ବସନ୍ତ କୁମାର ସାଣ୍ଡିଲ ଯୋଗ ଦେଇଥିଲେ । ଅନ୍ୟାନ୍ୟ ଅତିଥି’ଙ୍କ ମଧ୍ୟରେ ଗ୍ରାମ ମାଝୀବାବା, ନାଏକେ ବାବା’ଙ୍କ ସହିତ ବନାଞ୍ଚଳ ସଂଯୋଜକ ଗୋବିନ୍ଦ ମାଝୀ, ଶ୍ରୀମତୀ ଶିଖା କୁମାରୀ ଆଠଘରା, ଝରାଡିହି ବନରକ୍ଷୀ ହେମନ୍ତ କୁମାର ହେମ୍ବ୍ରମ, ପାରାଷ୍ଟାଫ୍ ବୃହସ୍ପତି ପଲେଇ, ଓ୍ବାର୍ଡ ମେମ୍ବର ଶ୍ରୀମତୀ କୁନି ସର୍ଦ୍ଧାର ଏବଂ ଦୁବଲାବେଡା ବନସୂରକ୍ଷା ସମିତି ସଭାପତି ଅର୍ଜୁନ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଥମେ ଅତିଥି ଏବଂ ଅଧିକାରୀ ମାନେ ବନମୋହତ୍ସବ ପାଳନର ଉଦ୍ଧେଶ୍ୟ ଏବଂ ଆବଶ୍ୟକତା ବିଷୟରେ ସୂଚନା ଦେବା ସହ ବୃକ୍ଷରୋଣ ଓ ଜଙ୍ଗଲ ସୂରକ୍ଷା ପ୍ରତି ସଚେତନ ହେବାକୁ ଆହ୍ବାନ ଦେଇଥିଲେ । ଏହାପରେ ପ୍ରଥମେ ଅତିଥି ମାନେ ବୃକ୍ଷରୋପଣ କରିବାପରେ ଉପସ୍ଥିତ ସମସ୍ତ ସଦସ୍ୟ ସାମୁହିକ ଭାବେ ବୃକ୍ଷରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ