ଝାଡଖଣ୍ଡ ମୁକ୍ତି ମୋର୍ଚା ସୁପ୍ରିମୋ ଶିବୁ ସୋରେନଙ୍କ ୭୮ ତମ ଜନ୍ମ ଦିବସ ପାଳିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ଝାଡଖଣ୍ଡ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ(୭୮)ଙ୍କ ଜନ୍ମ ଦିବସ ରାଇରଙ୍ଗପୁର ଝାଡଖଣ୍ଡ ମୁକ୍ତି ମୋର୍ଚା କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଝାଡଖଣ୍ଡ ମୁକ୍ତି ମୋର୍ଚା ରାଜ୍ୟ ସଭାନେତ୍ରୀ ତଥା ଶିବୁ ସୋରେନଙ୍କ କନ୍ୟା ଅଂଜନି ସୋରେନ ଯୋଗ ଦେଇଥିଲେ । ତାଙ୍କ ସହିତ ଦଳ ଉପ ସଭାପତି ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି, କେନ୍ଦ୍ରୀୟ କମିଟି ସଦସ୍ୟ ପବନ କୁମାର,ଦଳ ସଂଯୋଜକ ସୁନାରାମ ଟୁଡୁ, ପାର୍ବତୀ ପୂର୍ତି, ଵରିଷ୍ଠ ନେତା ସାଲୁ କିସ୍କୁ, ମଙ୍ଗଲ ସିଂ ଟୁଡୂ, ବୁଧୁରାମ ପାତ୍ର, ସ୍ଵରୂପ ମହାନ୍ତ, ଅବଦୁଲ ମାନନ, କାଳୀ ଚରଣ ଟୁଡୁ, ଭାଗବତ ମାଝୀ, ମଦନ ମାରାଣ୍ଡୀ, ନରେନ ମାଝୀ, ଦୁର୍ଗା ସୋରେନ, ଗୁରୁବା ସୋରେନ, ସୁରେଶ ମୁର୍ମୁ, ମନୋଜ ବାରିକ, ମୀନା ସୋରେନ, ସରୋଜିନୀ ମୁର୍ମୁ, ଉଦୟ ମାଝୀ ପ୍ରମୁଖ ଵହୁ ନେତୃବୃନ୍ଦ ସାମିଲ ଥିଲେ । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ କରି ଗୁରୁଜୀଙ୍କ ଦୀର୍ଘାୟୁ ଓ ସୁସ୍ଥ କାମନା କରାଯାଇଥିଲା । ପରେ ଜନ୍ମ ଦିନ ଅବସରରେ ଏକ କେଟ କଟାଯାଇ ସମସ୍ତଙ୍କୁ ବଣ୍ଟନ କରାଯିବା ସହ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ପରେ ଗୁରୁଜୀଙ୍କ ସଂଘର୍ଷମୟ ଜୀବନ ଉପରେ ଅତିଥି ଗଣ କହିଥିଲେ । ଗୁରୁଜୀ ଏକ ଶିକ୍ଷକ ପରିବାରରେ ୧୧ ଜାନୁଆରୀ ୧୯୪୪ ମସିହା ଗୋଲା ଜିଲ୍ଲାର ନେମରା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କିନ୍ତୁ ପିଲାବେଳେ ସାହୁକାରମାନେ ତାଙ୍କର ପିତାକୁ ଅନ୍ୟାୟରେ ହତ୍ୟା କରିଥିଲେ । ୧୨ବର୍ଷ ବୟସରେ ସେ ହୋଇଥିଲେ ବିପ୍ଳବୀ କିଶୋର । ଘର ଦ୍ୱାର ଛାଡି ଆଦିବାସୀମାନଙ୍କୁ ଶସକ୍ତ, ନିଶାବିରୋଧୀ, ଶିକ୍ଷିତ ଓ ଆତ୍ମ ନିର୍ଭରଶୀଳ କରାଇବାପାଇଁ ସଂକଳ୍ପ ବଧ ହୋଇ ଜନଜାଗରଣ ସୃଷ୍ଟି କରିଥିଲେ । ଜୀବନର ଅଧାରୁ ଅଧିକ ସମୟରେ ଆନ୍ଦୋଳନ କରି ପୋଲିସ ଦାଉରୁ ରକ୍ଷା ପାଇବା ପାଇଁ ବଣ, ଜଙ୍ଗଲ, ପାହାଡ ମଧ୍ୟରେ ଲୁଚି ରହି ଅ଼ହରହ ସଂଗ୍ରାମ ଜାରି ରଖିଥିଲେ । ପରେ ଝାଡଖଣ୍ଡ ମୁକ୍ତିମୋର୍ଚା ଦଳ ଗଠନ କରି ଝାଡଖଣ୍ଡ ସ୍ଵତନ୍ତ୍ର ରାଜ୍ୟ ଗଠନ ପାଇ୍ଁ ତିବ୍ର ଆନ୍ଦୋଳନ କରି ବିଜୟୀ ହୋଇଥିଲେ । ଶିବୁ ସୋରେନ ଆଦିବାସୀଙ୍କ ଆଇକନ, ମସିହା, ମହାନ ଜନନାୟକ, ଭାରତ ବର୍ଷର ଏକ ଅଦୀତୀୟ ଜନପ୍ରିୟ ମହାନ ଆଦିବାସୀ ନେତା । ଆଦିବାସୀଙ୍କ ସମେତ ସବୁଧର୍ମ ଓ ସଂପ୍ରଦାୟର ଲୋକଙ୍କର ମସିହା ଥିଲେ । ତାଙ୍କରି ଏହି କ୍ରାନ୍ତିକାରୀ ଜନ୍ମ ଦିନରେ ଓଡିଶା ପ୍ରଦେଶ ଝାମୁମୋ ତରଫରୁ କୋଭିଡ କଟକଣା ଅନୁଯାୟୀ ଜନ୍ମ ଦିବସ ପାଳନ କରାଯାଇଥିଲା । ପରେ ଦଳର ସୁପ୍ରିମୋ ଅଂଜନି ସୋରେନଙ୍କ ନେତୃତ୍ୱରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଅନ୍ତେବାସୀଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । ପରେ ଝାମୁମୋ କାର୍ଯ୍ୟାଳୟ ପରିସରରେ ଏକ ଦଳୀୟ ଵୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ଦଳ କିଭଳି ମୁକାବିଲା କରିବ ତାହାରି ଉପରେ ଆଲୋଚନା କରାଯାଇଥିଲା ।


