ଝାମୀ ମନ୍ଦିର ଉନ୍ନୟନ କମିଟିର ବୈଠକ
ବ୍ରହ୍ମପୁର ( ଯୁଗାବ୍ଦ ନ୍ୟୁଜ୍) : ,ଝାମୀ ମନ୍ଦିର ଉନ୍ନୟନ କମିଟିର ବୈଠକ ଝାମୀ ମନ୍ଦିର ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି ।ନୀଳମଣି ପୃଷ୍ଠିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମରେ ଗତ ଝାମୀ ଯାତ୍ରାର ସୁପରିଚାଳନା ପାଇଁ ସମସ୍ତ କର୍ମକର୍ତ୍ତାମାନଙ୍କ ସହ ବିଭିନ୍ନ ଅନୁଷ୍ଠାନର ସାହାଯ୍ୟକୁ ଉଛ ପ୍ରଶଂସା କରିବା ସହ ଆଗାମୀ ଦିନରେ ଉକ୍ତ ଅନୁଷ୍ଠାନ ମାନଙ୍କୁ ସମ୍ବୋଧିତ କରିବା ପାଇଁ ସ୍ଥିର କରାଗଲା ।ଏହା ସହ ମନ୍ଦିରର ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ କ୍ରମ ସହ ଅନ୍ୟାନ୍ୟ ବିଷୟର ବିସ୍ତୃତ ଆଲୋଚନା ହୋଇଛି ।ଏଥିରେ କାର୍ୟ୍ୟକାରୀ ସଭାପତି ପ୍ରଫୁଲ ଜଗନ୍ନାଥ ପାଢୀ,ଲଳିତ ମହୋନ ମଙ୍ଗରାଜ, ଗୌରାଙ୍ଗ ଚୌଧୁରୀ, ସୁରେଶ କୁମାର ସାହୁ,ଅନିଲ କୁମାର ଚୌଧୁରୀ, ଦଣ୍ଡପାଣି ପାତ୍ର, ରାମଚନ୍ଦ୍ର ପଣ୍ଡା, ଅସିତ କୁମାର ସାବତ,ଭୂନନ୍ଧନ କୃଷି ବିଶାରଦ,ସୂର୍ୟ୍ୟ କାନ୍ତ ସୁବୁଦ୍ଧି, କୃଷ୍ଣ ଚନ୍ଦ୍ର ସାହୁ,ବସନ୍ତ ସାବତ,ଅଜୟ କୁମାର ସାହୁ,ଶିବ ସାହୁ,ଆଶୁତୋଷ ମହାପାତ୍ର, କିରଣ ମଣ୍ଡଳ, ମୁନା ମହାପାତ୍ର, ନିଳକଣ୍ଠ ସାହୁ,ଅରୁଣ କୁମାର ପଟ୍ଟନାୟକ, ଦୂରଗା ମାଧବ ସୁବୁଦ୍ଧି, ନାରାୟଣ ଚୌଧୁରୀ,ସୁରେନ୍ଦ୍ର ପାଣିଗ୍ରାହୀଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ନିଜ ନିଜର ମତବ୍ୟକ୍ତ କରିଥିଲେ ।ଶେଷରେ ଅନିଲ କୁମାର ଚୌଧୁରୀ ଧନ୍ୟବାଦ ଦେବା ସହ ନବ ନିର୍ବାଚିତ ସାସଂଦ ଓ ବିଧାୟକଙ୍କୁ ସମ୍ବୋଧିତ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଗଲା ।


