ଝାରଖଣ୍ଡରେ ରାମମନ୍ଦିର ପ୍ରସଙ୍ଗ ଉଠାଇଲେ ଯୋଗୀ
ଝାରଖଣ୍ଡ- ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସୁପ୍ରିମ୍ କୋର୍ଟ ପଥପରିଷ୍କାର କରିବାପରେ ଏଥିପାଇଁ ଅଣ୍ଟାଭିଡିଛନ୍ତି ଉତ୍ତରପ୍ରଦେଶ ସରକାର ଏଥିପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଝାରଖଣ୍ଡରେ ଏକ ନିର୍ବାଚନୀସଭାରେ କହିଛନ୍ତି । ପ୍ରତିଟି ଘରର ଲୋକ ରାମ ମନ୍ଦିର ନିର୍ମାଣ କରିବା ପାଇଁ ଗୋଟିଏ ଇଟା ଓ ୧୧ ଟଙ୍କା ଦେବାକୁ ଅନୁରୋଧ କରିଛନ୍ତି । ତାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। କଶ୍ମୀର, ଲଦାଖ ଓ ଜମ୍ମୁ ସାଧାରଣ ଲୋକ ଯାଇପାରିବା ସହ ମା’ ବୈଷ୍ଣବୀ ଓ ବାବା ଅମରନାଥଙ୍କ ଦର୍ଶନ କରିପାରିବେ। ତାସହ ସାଧାରଣ ଲୋକମାନେ ସେଠାରେ ଜମି କିଣିପାରିବେ । ଏଭଳି ଅଧିକାର ଆପଣଙ୍କୁ ମୋଦିସରକାର ଦେଇଛନ୍ତି । ଏହା ସହ କଂଗ୍ରେସ, ଆରଜେଡି ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଭଳି ଦଳ ଗୁଡ଼ିକୁ କଟାକ୍ଷ କରିଛନ୍ତି ।ଏହି ଦଳଗୁଡିକ ନିଜ ସ୍ୱାର୍ଥ କାମ କରୁଥିବା ସେ ଅଭିଯୋଗ କରିଛନ୍ତି ।