ଝାଳଜନିତ ଦୁର୍ଗନ୍ଧ ସମସ୍ୟାରୁ ରକ୍ଷା ପାଇବାର ଉପାୟ!

ଗରମ ଦିନରେ ଶରୀରରୁ ଝାଳ ବାହାରିବା ସହିତ ଝାଳଜନିତ ଦୁର୍ଗନ୍ଧ ଆସିବା ଅତ୍ୟନ୍ତ ସାଧାରଣ କଥା ଅଟେ । ଯେଉଁଥିରୁ ମୁକ୍ତି ପାଇବାକୁ ବ୍ୟକ୍ତି ତାହାର ଦୈନନ୍ଦିନ ଜୀବନରେ ଅନେକ ପ୍ରକାର ଡିଓ ବା ପର୍ଫ୍ୟୁମ୍ର ବ୍ୟବହାର ମଧ୍ୟ କରିଥାଏ । ହେଲେ ଡିଓ ହୁଏତ ତାଙ୍କର ଏହି ସମସ୍ୟାକୁ ଦୂର କରିଥାଏ ସତ, କିନ୍ତୁ କିଛି ଲୋକଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ କରିବା ଫଳରେ ଅନେକ ସମସ୍ୟା ଦେଖାଦେଇଥାଏ, ଯେପରିକି ଶରୀରରେ ଜଳାପୋଡା ହେବା, ନାଲି ଦାଗ ପଡ଼ିଯିବା ପ୍ରଭୃତି । ଆଜି ଆମେ ଆପଣଙ୍କୁ ଏଥିରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକଟି ରୋଷେଇ ଘରେ ଥିବା ଏପରି କିଛି ସାମଗ୍ରୀ ବିଷୟରେ କହିବୁ, ଯାହାର ପ୍ରୟୋଗ କରି ଆପଣ ବି ଝାଳଜନିତ ଦୁର୍ଗନ୍ଧ ସମସ୍ୟାରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା କ’ଣ ଏ ସବୁ ସମ୍ପର୍କରେ ।
୧-ବେକିଂ ସୋଡା ଓ ଲେମ୍ବୁର ପ୍ରୟୋଗ :-ଏକ ସତେଜ ଲେମ୍ବୁର ରସକୁ ଆଣି ସେଥିରେ ଏକ ଚାମଚ ବେକିଂ ସୋଡା ମିଶାଇଦିଅନ୍ତୁ । ଏହା ପରେ ଏହାକୁ ଝାଳ ବାହାରୁଥିବା ସ୍ଥାନରେ ଲଗାନ୍ତୁ । ଏହା ଫଳରେ ଶରୀରରେ ଉତ୍ପନ୍ନ ହେଉଥିବା ଝାଳ ବାହାରିବା ସମସ୍ୟା ଧୀରେ ଧୀରେ ବନ୍ଦ ହୋଇଥାଏ ।
୨-ଭିନେଗାର୍ର ପ୍ରୟୋଗ କରି ଝାଳଜନିତ ଦୁର୍ଗନ୍ଧ ସମସ୍ୟାରୁ ମୁକ୍ତି ପାଆନ୍ତୁ:- ଆପଣ ଏକ ତୁଳା ସାହାଯ୍ୟରେ ଭିନେଗାର୍ ଆଣି ଶରୀରର ସେହି ଜାଗାରେ ଲଗାନ୍ତୁ, ଯେଉଁଠାରୁ ଆପଣଙ୍କର ନିୟମିତ ଝାଳ ବାହାରୁଛି ।
୩-ଲେମ୍ବୁର ପ୍ରୟୋଗ : ଝାଳଜନିତ ଦୁର୍ଗନ୍ଧରୁ ମୁକ୍ତି ପାଇବାକୁ ହେଲେ ଆପଣ ଲେମ୍ବୁକୁ ଆଣି ଦୁର୍ଗନ୍ଧ ହେଉଥିବା ସ୍ଥାନରେ ଘଷନ୍ତୁ । ଏପରି କିଛି ଦିନର ପ୍ରୟୋଗ କରିବା ଯୋଗୁଁ ଝାଳଜନିତ ଦୁର୍ଗନ୍ଧ ସମସ୍ୟାରୁ ଉପଶମ ମିଳିଥାଏ ।
୪-ଟମାଟୋରର ପ୍ରୟାଗ କରି ଏହି ସମସ୍ୟାରୁ ମୁକ୍ତି ପାଆନ୍ତୁ:- ଆପଣଙ୍କ ଗାଧୋଇବା ପାଣିରେ ଟମାଟୋର ରସକୁ ମିଶ୍ରଣ କରି ନିୟମିତ ଭାବେ ଗାଧାନ୍ତୁ । କାରଣ ଟମାଟୋରେ ଅନେକ ମାତ୍ରାରେ ଆଣ୍ଟି-ଅକ୍ସିଡେଣ୍ଟ୍ ରହିଥାଏ, ଯାହାକି ଦେହରୁ ବାହାରୁଥିବା ଝାଳଜନିତ ଦୁର୍ଗନ୍ଧ ସମସ୍ୟା କବଳରୁ ଆପଣଙ୍କୁ ମୁକ୍ତି ଦେଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ