ଝାଡ଼ଖଣ୍ଡର ଝିଅ ପୁରୀରୁ ଉଦ୍ଧାର

ପୁରୀ (ଯୁଗାବ୍ଦ ନ୍ୟୁଜ୍): ଗତ ୨୫ ତାରିଖଠାରୁ ଝାଡ଼ଖଣ୍ଡରୁ ଭୁଲ୍ ବଶତଃ ଏକ ଟ୍ରେନ୍ରେ ଆସି ନାବାଳିକା ପୁରୀରେ ପହଞ୍ଚିଥିଲେ । ମାତ୍ର ସେ ଷ୍ଟେସନରେ ବିଳମ୍ବିତ ରାତିଯାଏଁ ଏକୁଟିଆ ବୁଲୁଥିବାବେଳେ ଜିଆରପି ନାବାଳିକାକୁ ନେଇ ଉତ୍କଳ ବାଳାଶ୍ରମରେ ଛାଡ଼ିଥିଲେ । ପରେ ନାବାଳିକାର ନାଁ ଓ ଠିକଣା ପଚାରି ବୁଝିବା ପରେ ତାଙ୍କ ଘର ସହିତ ଯୋଗାଯୋଗ କରାଯାଇଥିଲା । ଆଜି ପୂର୍ବାହ୍ନରେ ସେହି ନାବାଳିକାର ମାଆ ପୁରୀରେ ପହଞ୍ଚି ଚାଇଲ୍ଡ ଲାଇନ ଅଧିକାରୀଙ୍କ ମାଧ୍ୟମରେ ତାଙ୍କ ଝିଅକୁ ଫେରି ପାଇଥିଲେ । ଝିଅକୁ ସାଙ୍ଗରେ ଧରି ମାଆ ଝାଡ଼ଖଣ୍ଡ ଫେରି ଯାଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ