ଝିଅକୁ ଦୁଷ୍କର୍ମ ଘଟଣାରେ ପିତା ଗିରଫ
ମଧ୍ୟପ୍ରଦେଶ : ୩୫ ବର୍ଷୀୟ ମଦ୍ୟପ ପିତା ଦୀର୍ଘ ୨ ବର୍ଷ ଧରି ନିଜର ଜନ୍ମକଲା ୮ ବର୍ଷର ଝିଅ ସହ ଦୁଷ୍କର୍ମ କରିବା ଘଟଣା ଅଂଚଳରେ ବେଶ ଚାଞ୍ଚଲ୍ୟ ଖେଳାଇଦେଇଛି । ଏହିପରି ଗୋଟିଏ କି ଦୁଇ ଦିନ ନୁହେଁ ନିଜର ୮ ବର୍ଷୀୟ ଝିଅ ସହ ଦୀର୍ଘ ଦୁଇ ବର୍ଷ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦେଶରେ ବଳତ୍କାରୀ, ନାରୀ ମାସଂ ଲୋଭି ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଭାରତୀୟ ଆଇନ ବ୍ୟବସ୍ଥାର ଦଣ୍ଡ ବିଧାନକୁୁ କଡା କଡି କରାଗଲେ ମଧ୍ୟ ଅଭିଯୁକ୍ତ ମାନେ ଖାତିର କରୁନାହାନ୍ତି । ଅନ୍ୟ ପଟେ ଦେଶରେ ଦୁଷ୍କର୍ମ ଘଟଣା ଦ୍ରୁତଗତିରେ ବଢିଚାଲିଥିବା ବେଳେ ମଧ୍ୟପ୍ରଦେଶରେ ପୁଣି ଏକ ଲୋମଟାଙ୍କୁରା ଲଜ୍ୟାଜନକ ଘଟଣା ନିତାନ୍ତ ଭାବେ ପରିତାପର ବିଷୟ । ମିଳିଥିବା ସୂଚନା ଅନୁଯାୟୀ ମଧ୍ୟପ୍ରଦେଶର ନିମୁଚ ଜିଲ୍ଲାରେ କିଛି ବର୍ଷ ପୁର୍ବେ ରତଲମ ଯୁବକ ବିବାହ କରିଥିଲେ ।ବିବାହ ପରେ ତାଙ୍କ ସ୍ୱାମୀ ଓ ସ୍ତ୍ରୀ ସମେତ ନିକଟରେ ଚାରିଛୁଆକୁ ନେଇ ତାଙ୍କର ସଂସାର ଚାଲିଥିଲା ।କିନ୍ତୁ ପ୍ରତିଦିନ ମଦ୍ୟପାନ କରି ସ୍ତ୍ରୀ କୁ ମାଡମାରିବା ସହ ଅକଥନୀୟ ନିର୍ଯ୍ୟାତନା ଦେବା ଫଳରେ ସ୍ତ୍ରୀ ସ୍ୱାମୀଙ୍କୁ ଛାଡି ଚାଲିଯାଇଥିଲେ । ତାଙ୍କର ୪ ସନ୍ତାନଙ୍କୁ ମଧ୍ୟ ମଦ୍ୟପ ସ୍ୱାମୀ ନିକଟରେ ଛାଡି ଚାଲିଯାଇଛନ୍ତି ଦୀର୍ଘ ତିନି ବର୍ଷ ଧରି । ସ୍ୱାମୀ ରତଲମ ପେଶାରେ ଜଣେ ଶ୍ରମିକ ହୋଇଥିବା ବେଳେ ସେ ପ୍ରତିଦିନ ମଦ୍ୟପାନ କରି ୮ ବର୍ଷର ନାବାଳିକା ସହ ଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଛି ।ଏ ବିସୟରେ ଏସ୍ପି ଆର ଏମ୍ ସୁକ୍ଲା ସୂଚନା ଦେଇଛନ୍ତି । ୩୫ ବର୍ଷୀୟ ପିତା ନିଜର ୮ ବର୍ଷୀୟ ଝିଅ ସହ ଅକଥନିୟ ନିର୍ଯ୍ୟାତନା ଦେବା ସହ ଦୁଷ୍କର୍ମ କରିଥିବା ତାଙ୍କ ସାହି ପଡୋଶୀ ମାନେ ଚାଇଲ୍ଡ ହେଲ୍ପ ଲାଇନକୁ ଖବର ଦେଇଥିଲେ । ଏହା ପରେ ପୋଲିସ ନାବାଳିକା ପିଡିତା ଜଣଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ପିତା ରତଲମ ଙ୍କୁ ଗିରଫ କରିବା ପରେ ପୋଲିସ ପୋସ୍କୋ ଆକ୍ଟ ରେ ମାମଲା ରୁଜୁ କରି ତଦନ୍ତ ଜାରୀ ରହିଛି ।


