ଝିଅକୁ ହତ୍ୟା କରାଯାଇଥିବା ନେଇ ପରିବାରର ଅଭିଯୋଗ; ଥାନାରେ ସ୍ବାମୀ ଅଟକ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ଦିନକୁ ଦିନ ପାରିବାରିକ ହିଂସା ବୃଦ୍ଧି ପାଉଛି ।ମୟୂରଭଂଜ ଜିଲ୍ଲାର ସିମାନ୍ତ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଧିରାଲ ଗ୍ରାମରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ମହିଳାଙ୍କର ପିତା ତାଙ୍କର ଝିଅକୁ ସ୍ବାମୀ,ଶଶୁର ଓ ଶାଶୁ ହତ୍ୟା କରିଥିବା ନେଇ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଏହାକୁ ନେଇ ଥାନାରେ ୧୧୩/୨୧ ମାମଲା ରୁଜୁ ହୋଇଛି ।ସୂଚନାଯୋଗ୍ୟ ଯେ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଡୁମୁରିକୁଦା ଗ୍ରାମର ଗୋଲକ ମୁର୍ମୁ(୫୦)ଙ୍କ କନ୍ୟା ଡୁମୁନି ମୁର୍ମୁ(୧୮)ଙ୍କ ସହ ଧିରାଲ ଗ୍ରାମର ପ୍ରଧାନ ମୁର୍ମୁର ପୁଅ ବିରାମ ମୁର୍ମୁ(୨୦)ଙ୍କ ସହ ୫ବର୍ଷ ତଳେ ବିବାହ ହୋଇଥିଲା ।ବିବାହର କିଛି ବର୍ଷ ପରେ ଡୁମୁନି ଉପରେ ସ୍ବାମୀ ,ଶଶୁର ଓ ଶାଶୁ ଅକଥନୀୟ ଅତ୍ୟାଚାର କରୁଥିଲେ ।ଫଳରେ ବାଧ୍ୟ ହୋଇ ଡୁମୁନି ବାପ ଘରେ ଆସି ରହୁଥିଲା ।କିନ୍ତୁ ୧୮/୦୬/୨୦୨୧ ରେ ବିରାମ ମୁର୍ମୁ ଶଶୁର ଘରେ ଆସି ଗ୍ରାମବାସୀଙ୍କ ବୁଝାମୁଣାରେ ତା\’ର ସ୍ତ୍ରୀ ଡୁମୁନିକୁ ନେଇ ଯାଇଥିଲା ।କିନ୍ତୁ ୧୮/୦୯/୨୦୨୧ ଅପରାହ୍ନ ୪ଟା ସମୟରେ ବିରାମ ମୁର୍ମୁ ତା\’ର ଶଶୁର ଘରକୁ ଜଣାଇଥିଲା ଯେ ଝିଅ ତମର ବିଷ ଖାଇ ଦେଇଛି ।ଡୁମୁନିର ବାପା ଜାଣି ପାରିଲେ ଯେ ଝିଅର ସ୍ବାମୀ,ଶଶୁର ଓ ଶାଶୁ ମିଶିକରି ତାଙ୍କର ଅଲିଅଳି ଝିଅକୁ ମାରି ଦେଇଛନ୍ତି ।ଏହାକୁ ନେଇ ପରିବାର‌ ତରଫରୁ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଗୋରୁମହିଷାଣୀ ଥାନା ଅଧିକାରୀ ଏନ କେ ସାମଲ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି ।ସ୍ବାମୀ ବିରାମ ମୁର୍ମୁଙ୍କୁ ଥାନାରେ ଅଟକ ରଖାଯାଇ ଅଧିକ ତଦନ୍ତ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ