ଝିଅଙ୍କୁ ଭୁଲରେ ଏସବୁ କୁହନ୍ତୁନି
ମହିଳାମାନଙ୍କ ସହିତ କଥାବାର୍ତ୍ତା ହେବାବେଳେ ପୁରୁଷମାନେ ସର୍ବଦା ଧ୍ୟାନ ଦେବା ଉଚିତ ଯେ ସେମାନେ କେଉଁ ଭଳି ଢ଼ଙ୍ଗରେ ସେମାନଙ୍କ ସହ କଥା ହେଉଛନ୍ତି । ତା’ ସହିତ ଉଚ୍ଚିତ ଶବ୍ଦ ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ । ବେଳେବେଳେ ପୁରୁଷମାନେ ଏମିତି କିଛି ଶବ୍ଦର ବ୍ୟବହାର କରନ୍ତି ଯେଉଁଥିରେ ମହିଳାମାନେ ଅପମାନିିତ ବୋଧ କରନ୍ତି । ତାହା ହେଲେ ଆସନ୍ତୁ ଜାଣିବା କେଉଁ ଶବ୍ଦର ବ୍ୟବହାର କଲେ ମହିଳାମାନଙ୍କୁ ବାଧିଥାଏ ତଥା ସେମାନେ ଅସମ୍ମାନିତ ଅନୁଭବ କରନ୍ତି । ବେ ବି ରାଗରେ ନିଜ ପାର୍ଟନର ଅଥବା କୌଣସି ଝିଅ ଉଦ୍ଦେଶ୍ୟରେ ‘କ୍ୟାରେକ୍ଟର ଲେସ’ ବା ଚରିତ୍ରହୀନ ଶବ୍ଦ ପ୍ରୟୋଗ କରନ୍ତୁନାହିଁ । ଏଥିରେ ସେମାନେ ଦୁଃଖିତ ହୁଅନ୍ତି । ଯେଉଁ ମହିଳାମାନେ ଅଧିକ ଆତ୍ମବିଶ୍ୱାସୀ ଦେଖାଯାଆନ୍ତି ସେମାନଙ୍କୁ ପୁରୁଷମାନେ ‘ଓଭର ସ୍ମାର୍ଟ’ ବୋଲି କୁହନ୍ତି । ଏହା ଦ୍ୱାରା ମହିଳାଙ୍କ ନେଗେଟିଭ ପର୍ସନାଲିଟି ସାମ୍ନାକୁ ଆସିଥାଏ । କେବେ ବି କୌଣସି ଯୁବତୀ ଅଥବା ମହିଳାଙ୍କୁ ଏହି ଶବ୍ଦ କୁହନ୍ତୁ ନାହିଁ । କେବେ ବି ଭୁଲରେ ନିଜ ପାର୍ଟନର ଅବା କୌଣସି ଯୁବତୀଙ୍କ ‘କାଳି’ ବୋଲି କୁହନ୍ତୁ ନାହିଁ । ଝିଅମାନେ ଏ ଶବ୍ଦକୁ ପସନ୍ଦ କରନ୍ତି ନାହିଁ । ଏହି ଶବ୍ଦ ଶୁଣିଲେ ସେମାନେ ରାଗିଯାଆନ୍ତି ।କୌଣସି ଝିଅକୁ କେବେ ‘ଚାମ୍ଚା’ ବୋଲି କୁହନ୍ତୁ ନାହିଁ । ଏହା ଏମାନଙ୍କୁ ଭାରି କଷ୍ଟ ଦେଇଥାଏ ।


