ଝିଅ ବାହାଦେବାକୁ ରାଜି ନାହାନ୍ତି ମାତାପିତା
ରାଜସ୍ଥାନର ସିକର ନିକଟସ୍ଥ କିରୋ କି ଢାଣି ଗ୍ରାମକୁ ଝିଅ ବାହା ଦେବାକୁ ରାଜି ନାହାନ୍ତି ମାତାପିତା । ଏହି ଗାଁରେ ଯୁବକଙ୍କ ବିବାହ ବୟସ ବୃଦ୍ଧି ପାଉଥିଲେ ମଧ୍ୟ ଝିଅ ମିଳୁନାହାନ୍ତି । ଏହା ପଛରେ କାରଣ ହେଉଛି ଜଳସଙ୍କଟ । ପାଣି ସମସ୍ୟା ଯୋଗୁ ଝିଅମାନେ ଏହି ଗାଁରେ ବିବାହ କରିବାକୁ ଚାହୁଁନାହାନ୍ତି । ମାତ୍ର ଗୋଟିଏ ସ୍ରୋତ ଏବଂ ସରକାରୀ ସ୍କୁଲରେ ଥିବା ଏକ ନଳକୂପ ଉପରେ ଗାଁର ୫୦ରୁ ଊଦ୍ଧ୍ୱର୍ ପରିବାର ନିର୍ଭର କରନ୍ତି । ପାଣି ପାଇଁ ଏହି ଦୁଇଟି ସ୍ଥାନରେ ୨୪ ଘଣ୍ଟା ଲାଇନ୍ ଲାଗିଥାଏ । ଖରାଦିନରେ ଆହୁରି ପାଣି ସମସ୍ୟା ଦେଖାଦିଏ । ପାଣି ଶୁଖିଯାଉଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସାମ୍ନା କରନ୍ତି । ପ୍ରଶାସନ ଏ ଦିଗରେ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଗ୍ରାମବାସୀ ଧମକ ଦେଇଛନ୍ତି ।


