ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏକ ନିଦ୍ରାବତୀ ଗଛରେ ଝୁଲନ୍ତା ଅବସ୍ଥାରେ ଏକ ମହିଳାଙ୍କ ମୃତଦେହକୁ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଜବତ କରିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ କୁସୁମି ବ୍ଲକର ଆହାରବନ୍ଧ ପଞ୍ଚାୟତର ତେଲେଇଘୁଟୁ ଗ୍ରାମର ଗଙ୍ଗାରାମ ସୋରେନ(୫୦) ତାଙ୍କର ସ୍ତ୍ରୀ କାର୍ମି ସୋରେନ(୪୫) ଙ୍କୁ ଚିକିତ୍ସା ପାଇଁ ମଙ୍ଗଳବାର ଦିନ ୧୨ଟାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ମଙ୍ଗଳବାର ରାତିରେ ଗଙ୍ଗାରାମ , ସ୍ତ୍ରୀ ଏବଂ ଝିଅ ଖାଇଲି ସାରି ରାତି। ୧୨ଟା ବେଳେ ଶୋଇଥିଲେ । ବୁଧବାର ସକାଳୁ ସହ ପଛ ରାସ୍ତାରେ ଭୋରୁ କେହି ଦେଖିଲେ ଯେ ଗଛରେ ଜଣେ ମହିଳା ଝୁଲନ୍ତା ଅବସ୍ଥାରେ ଅଛି ଖବର ପାଇ ଗଙ୍ଗାରାମ ଏବଂ ତାଙ୍କ ଝିଅ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ସ୍ତ୍ରୀଙ୍କ ମୃତଦେହ ଚିହ୍ନଟ କରିଥିଲେ । ଲୋକେ ରାଇରଙ୍ଗପୁର ଟାଉନ ପୋଲିସକୁ ଖବର ଦେଇଥିଲେ । ପୋଲିସ ଶବକୁ ଉଦ୍ଧାର କରି ଅପମୃତ୍ୟୁ ମାମଲା ରୁଜୁ କରି ପଞ୍ଚନାମା କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ପୋଲିସ ଏହାର ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ