ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ପୋଲିସ ଦ୍ୱାରା ଉଦ୍ଧାର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭୋଲବେଡା ଗ୍ରାମର ଜନୈକ ବିବାହିତା ମହିଳା ଘର ଭିତରେ ପ୍ଲାଷ୍ଟିକ ରହି ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ ଭୋଲବେଡଖ ଗ୍ରାମର ବିକାଶ ପାତ୍ରଙ୍କ ସ୍ତ୍ରୀ ପ୍ରମିଳା ପାତ୍ର (୧୯) ସୋମବାର ଦିନ ପୂର୍ବାହ୍ ୧୧ ଘଟିକାରେ ପାରିବାରିକ କନ୍ଦଳ ନେଇ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ ଚାଲିଛି । କାରଣ ଅସ୍ପଷ୍ଟ । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ