ଝୁଲନ୍ତା ଅବସ୍ଥାରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ପାଟପୁର ଥାନା ସାହସପୁର ପଞ୍ଚାୟତ ହାଟପଦା ଗ୍ରାମରୁ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ପୋଲିସ ମୃତ ଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି l ମୃତକ ଜଣଙ୍କ ହେଲେ ପାଟପୁର ଥାନା ହାଟପଦା ଗ୍ରାମର ତ୍ରିପତି ଦୋରା(୪୦) l ସୂଚନା ପ୍ରକାରେ ତ୍ରିପତି ଙ୍କ ସ୍ତ୍ରୀ ମଙ୍ଗଳବାର ରାତ୍ର ଆନ୍ଦ୍ରପ୍ରଦେଶ କାମ କରିବାକୁ ଯିବାକୁ ଡାକିଥିଲେ କିନ୍ତୁ ତ୍ରିପତି ଆନ୍ଦ୍ରପ୍ରଦେଶ ଯିବା ପାଇଁ ରାଜି ହୋଇ ନଥିଲେ ଏନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଫଳରେ ତ୍ରିପତି ଙ୍କ ସ୍ତ୍ରୀ ଆନ୍ଦ୍ରପ୍ରଦେଶ ଚାଲିଯାଇଥିଲେ l ମାନସିକ ଭାରସାମ୍ୟ ହରାଇ ତ୍ରିପତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି l ଏନେଇ ପାଟପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ମୃତ ଦେହ ଜବତ କରିଥିବା ବେଳେ ଏନେଇ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ଡାକ୍ତରଖାନା କୁ ପଠାଇ ଦିଆଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l


