ଟସ୍ ଜିତି ବାଙ୍ଗାଲୋର ର ବ୍ୟାଟିଂ ନିଷ୍ପତ୍ତି
ଭୁବନେଶ୍ୱର,(ୱାଇଏନ୍ଏସ୍): ଆଜିର ଆଇପିଏଲ-୧୩ର ୪୪ତମ ମ୍ୟାଚରେ ମୁହାଁମୁହିଁ ହେବେ ବାଙ୍ଗାଲୋର ଓ ଚେନ୍ନାଇ । ଆଜି ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ଏହି ମ୍ୟାଚରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବୋଲିଂ କରିବ ଚେନ୍ନାଇ ସୁପର କିଙ୍ଗସ୍ । ଚଳିତ ଆଇପିଏଲରୁ ପ୍ଲେ ଅଫ ଦୌଡରୁ ବାଦ ପଡିସାରିଛି ଚେନ୍ନାଇ । ତେଣୁ ଆଜିର ମ୍ୟାଚ ବାଙ୍ଗାଲୋର ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ଆଜି ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ପଦାର୍ପଣ ମ୍ୟାଚ୍ ଖେଳୁଛନ୍ତି ଝାଡଖଣ୍ଡର ପେସ୍ ବୋଲର୍ ମୋନୁ କୁମାର। ମୋନୁ କୁମାରଙ୍କୁ ୨୦୧୮ ମସିହାରେ ଚେନ୍ନାଇ ଦଳ କିଣିଥିଲା ମାତ୍ର ଏଯାବତ୍ ସେ ଖେଳିବାର ସୁଯୋଗ ପାଇପାରି ନଥିଲେ । ଚଳିତ ଆଇପିଏଲରେ ବାଙ୍ଗାଲୋର ୧୦ଟି ମ୍ୟାଚ ଖେଳି ୭ଟି ବିଜୟ ଓ ୩ ପରାଜୟକୁ ସାମ୍ନା କରିଛି । ଫଳରେ ଦଳ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ସେହିପରି ଚେନ୍ନାଇ ୧୧ଟି ମ୍ୟାଚରୁ ୩ଟି ବିଜୟ ଓ ୮ଟି ପରାଜୟ ଲାଭ କରି ପଏଣ୍ଟ ଟେବୁଲର ଶେଷରେ ରହିଛି ।


