ପ୍ରଚାର ମୈଦାନରେ ବିଜେପି ରାଷ୍ଠ୍ରୀୟ ସମ୍ପାଦକ ଵିଶେଶ୍ୱେର ଟୁଡୁ

ବାଲେଶ୍ୱର,(ୱାଇଏନ୍ଏସ୍):ପ୍ରଚାର ମୈଦାନରେ ନିଜର ବାଗ୍ମିତା ଓ ସାନ୍ତାଳୀ ଭାଷାରେ ଭାଷଣ ପାଇଁ ମୟୁରଭଞ୍ଜ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ସମ୍ପାଦକ ଇଂ ଵିଶେଶ୍ୱେର ଟୁଡୁ ଆଜି ବୁଢ଼ାବଳଙ୍ଗ ମଣ୍ଡଳ ଅନ୍ତର୍ଗତ ନଗରମ ପଞ୍ଚାୟତର ଚୁଡା-ମଣ୍ଡଳ ପଡିଆରେ ଜନସଭା ଓ ପଦଯାତ୍ରା କରିଛିନ୍ତି | ନବୀନ ସରକାରଙ୍କ ଜାତି ଜନଜାତି ମାରଣ ନୀତି ଫଳରେ କେନ୍ଦ୍ରରୁ ପ୍ରଚୁର ଅନୁଦାନ ଆସୁଥିବା ବେଳେ ଏଠାରେ ତାର କୌଣସି ସୁଫଳ ମିଳୁନାହିଁ | ସେ ବିଜେଡି ସରକାରକୁ ଏକ ଉନୟନ୍ନ ବିରୋଧୀ, ଚାଷୀ ମୁଲିଆ ବିରୋଧୀ ସରକାର ବୋଲି ଆଵହିତ କରିଥିଲେ | ଆଗାମୀ ନିର୍ବାଚନରେ ବିଜପିକୁ ଭୋଟ୍ ଦେଇ ପାର୍ଥି ସ୍ବର୍ଗତ ମଦନମୋହନ ଦତ୍ତଙ୍କ ପୁତ୍ର ମାନସ ଦତ୍ତଙ୍କ ବିପୁଳ ଭୋଟରେ ବିଜୟୀ କରିବାପାଇଁ ଆଗ୍ରହ କରିଥିଲେ | ବିଜେପି ସବକା ସାଥ ସବକା ବିକାଶ ନୀତିରେ କାର୍ଯ୍ୟ କରେ, ଉପନିର୍ବାଚନ ଜିତିଲେ ସଦର ନିର୍ବାଚନ ମଣ୍ଡଳୀରେ ବ୍ୟାପକ ଉନ୍ନତି ଆସିବ ବୋଲି ଶ୍ରୀଯୁକ୍ତ ଟୁଡୁ କହିଛନ୍ତି | ସଭାରେ ତାଙ୍କ ସହିତ ବିଧାୟକ ପାର୍ଥି ମାନସ ଦତ୍ତ, ସାରସକଣା ବିଧାୟକ ଡାକ୍ତର ବୁଢ଼ାନ ମୁର୍ମୁ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି , ମୟୁରଭଞ୍ଜ ସଭାପତି କାନ୍ଦ୍ରା ସୋରେନ, ଯୁବମୋର୍ଚା ଜିଲା ସଭାପତି ସମରଶଙ୍କର କାନୁନଗୋ ଓ ନଗରମ୍ ସରପଞ୍ଚ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ