ଶେରଗଡ଼ ରେ ବିଭିନ୍ନ ସ୍ଥାନରେ ଚୋରି ହୋଇଥିବା ଘଟଣା ରେ ୫ ଗିରଫ
ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ ସ୍ଥିତ ଅରବିନ୍ଦ ଶିଶୁ ବିଦ୍ୟା ନିକେତନ ରୁ ନଗଦ ୨୫ ହଜାର ଓ କାଳିଆ ହୋଟଲ ଛକ ରେ ଥିବା ଗ୍ରୋସରି ଦୋକାନକୁ ଚୋରି ଘଟଣାର ଫର୍ଦ୍ଧାଫାସ କରିଛି ଶେରଗଡ ପୋଲିସ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ଆସିକା ଏସ,ଡ,ପିଓ ଉମା ଶଙ୍କର ସିଂ ଓ ଥାନା ଅଧିକାରୀ ମମତା କୁମାରୀ ସାମନ୍ତରାୟ। ଉକ୍ତ ଘଟଣାରେ ୫ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣକରିଛନ୍ତି ଗିରଫ ୫ ଜଣ ହେଲେ ନଗଦ ଟଙ୍କା ୨୫ହଜାର ଓ ୧ପମ୍ପ ଚୋରୀ ଘଟଣାରେ ରମୁଣି ସାହିର ମିଟୁ ଗୌତ ଓ ୧୩ ଟି ତେଲ ଡବା ଓ ୭ କେଜି ଘିଅ ପେଟି ଚୋରି ଘଟଣାରେ କେରିକେରିଝୋଲା ସନ୍ତୋଷ ପଟନାୟକ,ତୋଟାସାହିର କାଳିଆ ଗୌଡ଼ ଖଣ୍ଡିଆ ସାହିର ଜିତୁ ଗୌଡ଼,ଆନ୍ଧ୍ର ବ୍ୟାଙ୍କ ନିକଟ ସାହିର ସତ୍ୟନାରାୟଣ ପାଢ଼ୀ ଅଛନ୍ତି। ୫ଜଣଙ୍କୁ ଆଜି ପ୍ରଥମେ ଶେରଗଡ ପରେ ଆସିକା ଜେଲକୁ ପଠାଇ ଦିଆଯାଇଛି । ଶେରଗଡ଼ ଥାନା ଅଧିକାରିଣୀ ସମତା କୁମାରୀ ସାମନ୍ତରାୟ ସୂଚନା ଅନୁଯାୟୀ ଗତ ୩ ତାରିଖ ଦିନ ଶେରଗତ ବଜାର ଛକ ପାଶ୍ୱର୍ର ଏକ ଗ୍ରୋସରୀ ଦୋକାନରୁ ରାତି ପ୍ରାୟ ୧ ଘଣ୍ଟ ବେଳେ କିଛି ଦୁର୍ବୁତ୍ତ ୧୩ ଟି ତେଲ ଟିଣ ୭ ଟି ଘିଅ ଥିବା ପେଢ଼ି ଚୋରି କରି କିଛି ଦୁର୍ବତ ମାନେ ନେଇଯାଇଛନ୍ତି ବୋଲି ଶେରଗଡ ଥାନାରେ ମାଲିକ ସନ୍ତୋଷ ବାଡ଼ତ୍ୟା ଏତାଲା ଦେଇଥିଲେ । ଏହି ଏତାଲାକୁ ଭିତିକରି ଶେରଗତ ପୋଲସ କେସ ନଂ ୧୯୬/୨୧ ପ୍ରକାରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆସ କରିଥିଲେ । ଓ୨୩ ତାରିଖ ରାତିରେ ଆସିକା ରାସ୍ତାରେ ଥିବା ଅରବିନ୍ଦ ଶିଶୁ ବିଦ୍ୟା ନିକେତନ ପଶି ଦୁର୍ବୁତ୍ତ ବିଦ୍ୟାଳୟ ର ଚାବି ଭାଙ୍ଗି ବିଦ୍ୟାଳୟ ଆଲମାରୀରୁ ଖୋଲି ନଗଦ ୨୫ ହଜାର ଓ ପାଣିପମ୍ପ ଚୋରି କରି ନେଇଥିବା ଏକ ଅଭିଯୋଗ ୨୪ ତାରିଖ ଦିନ୍ ଦିନ ୩ ଟା ବେଳେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଘୁନାଥ ଗୌଡ଼ ଏକ ଏତାଲା ଦେଇଥିଲେ ସେହି ଏତାଲାକୁ ଭିତିକରି ଥାନା କେସ ନଂ ୧୯୫/୨୧ ପ୍ରକାରେ ଏକ ମାମଲା ରୁଜୁ କରି ଥାନା ଅଧିକାରିଣୀ ମମତା କୁମାରୀ ସାମନ୍ତରାୟ ଏସ ଆଇ ବିଦେଶୀ ସେଠି ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରି ଉପରୋକ୍ତ ୫ ଜଣ ଙ୍କୁ ଗିରଫ କରି ଶେରଗାତ ଥାନାକୁ ଆଣିବା ପରେ ରହିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ୫ଟଣଙ୍କ ନାମ ସୁଚନା ଦେବା ସହ ଶେରଗଡ କୋର୍ଟ ରେ ଜାମିନ ନାମଞ୍ଜୁର ହେବାରୁ ଆସିକା ଜେଲ ହଜାତ କୁଚାଲାଣ କରିଛନ୍ତି। ।ଏମାନଙ୍କ ନାମରେ ପୂର୍ବରୁ କେସ ନଂ ୧୪/ ୨୧ ଦିବ୍ୟବଜିବନ ସଂଘ ଶାଖାର କିଛି ଆସବାବ ପତ୍ର ଚୋରି ଏ କେସ ନଂ ୬୦/୨୧ ବଜାର ଛକର ମୋବାଇଲ ଦୋକାନ ରୁ ଚୋରି ଭଳି ମାମଲାରେ ସଂପୃକ୍ତି ଅଛନ୍ତି ବୋଲି ଥାନା ଅଧିକାରୀ ମମତା ସାମନ୍ତରାୟ କହିଛନ୍ତି ।


