ଟାଉନ ହାଇସ୍କୁଲରେ ପରିବେଶ ସୁରକ୍ଷା ସଚତନତା ଶୋଭାଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା) : ୭୩ତମ ବନ ମହୋତ୍ସବ ଅବସରରେ ଟାଉନ ହାଇସ୍କୁଲ ଇକୋ-କ୍ଲବ ପକ୍ଷରୁ ପରିବେଶ ବଞ୍ଚାଅ ସଚତନତା କର୍ମଶାଳ ଅନୁଷ୍ଠିତ ହୋଯାଇଛି । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଏକ ସଚେତନତା ଶୋଭଯାତ୍ରା ଆୟୋଜିତ ହୋଇଥିଲା । ସ୍ଥାନୀୟ କାଉନସିଲର ପଦ୍ମଲୋଚନ ଲେଙ୍କା ପତକା ଦେଖାଇ ଏହି ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ । ପରିବେଶ ସୁରକ୍ଷା ସାଙ୍ଗକୁ ବାୟୁମଣ୍ଡଳରେ ଅମ୍ଳଜାନ ସ୍ତର ବୃଦ୍ଧି ପାଇଁ ବୃକ୍ଷ ରୋପଣର ଆବଶ୍ୟକତାକୁ ନେଇ ଆୟୋଜନ ଏହି ଶୋଭାଯାତ୍ରା ବେଶ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଲେଙ୍କା କହିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନମିତା ମହାପାତ୍ର, ପୁରାତନ ଛାତ୍ର ସଂସଦ ସଭାପତି ସୁବ୍ରତ କର, ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତି, ବିଦ୍ୟାଳୟ ଏସଏମସିର ପୂର୍ବତନ ସଭାପତି ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ଏହି ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ସମ୍ପ୍ରତି ବଢ଼ୁଥିବା ଗ୍ଲୋବାଲ ୱାର୍ମିଂ ବିଶ୍ୱ ପାଇଁ ମହା ବିପଦ ହୋଇଛି । ବୃକ୍ଷରୋପଣ ଓ ଜଙ୍ଗଲ ସୃଷ୍ଟି ଏକମାତ୍ର ସ୍ଥାୟୀ ପ୍ରତିକାର ହୋଇଥିବା ବେଳେ ଏଥିପ୍ରତି ସବୁ ମହଲରୁ ଉଦ୍ୟମ କରାଯିବା ଉଚିତ ବୋଲି ସେମାନେ କହିଥିଲେ । ପ୍ରତି ପରିବାର ପକ୍ଷରୁ ଅତିକମରେ ଦୁଇଟି ଗଛ ଲଗାଇବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଇକୋ-କ୍ଲବର ଗାଇଡ ଶିକ୍ଷକ ଅକ୍ଷୟ କୁମାର ପାତ୍ର, ଖେଳ ଶିକ୍ଷୟିତ୍ରୀ କଳ୍ପଲତା ରଥ, ବରିଷ୍ଠ ଶିକ୍ଷକ ଦମୋଦର ପଣ୍ଡାଙ୍କ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀଙ୍କ ମିଳିତ ସହଯୋଗରେ ଏହି ଶୋଭାଯାତ୍ରା ବିଦ୍ୟାଳୟ ପରିସରରୁ ବାହାରି ସହର ପରିକ୍ରମା କରିଥିଲା । ଗଛ ବଞ୍ଚିିଲେ ଆମେ ବଞ୍ଚିିବା ବାର୍ତ୍ତା ନେଇ ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଶିକ୍ଷକ ରାମକୃଷ୍ଣ ପଣ୍ଡା, ଶଶିକାନ୍ତ ମିଶ୍ର, ରାଜେନ୍ଦ୍ର ଦେ, ଶଶଧର ନାୟକ, ଅଜିତ ପଟ୍ଟନାୟକ, କାର୍ତ୍ତିକ ଜେନା, ସୁମତି ରାଉତ, ଦେବସ୍ମିତା ଦାସ, ଜୟନ୍ତୀ ଚାଷୀ, ଭାରତୀ ରାଉଳ, ମଧୁସ୍ମିତା ବାରିକ, ସସ୍ମିତା ଗିରି ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ