ଟାକେଡା ହେମୋଫିଲିଆ ରୋଗୀଙ୍କସହାୟତା ପାଇଁ ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବିଶ୍ୱ ହେମୋଫିଲିଆ ଦିବସ ଅବସରରେ ଟାକେଡା ଫାର୍ମାସ୍ୟୁଟିକାଲ କମ୍ପାନୀଲିମିଟେଡର ଅଂଶବିଶେଷ ଟାକେଡା ଇଣ୍ଡିଆ ପକ୍ଷରୁ ହେମୋଫିଲିଆ ରୋଗୀଙ୍କ ସହାୟତା ପାଇଁ ଥ୍ରୀ-ଏ ପ୍ରୟାସ ଆରମ୍ଭ କରିବାସମ୍ପର୍କରେ ଘୋଷଣା କରିଛି । ଏହା ଅନ୍ତର୍ଗତ ଆୱାରନେସ୍‌, ଆକ୍ସେସ୍‌ବିଲିଟି ଏବଂ ଆଭଲେବିଲିଟି ଆଦି ଉପରେ ଗୁରୁତ୍ୱାରୋପ କରାଯିବ । ଭାରତରେ ହେମୋଫିଲିଆ ରୋଗୀଙ୍କ ସଂଖ୍ୟା ୧,୩୬,୦୦୦ ରହିଛି । ସେମାନଙ୍କ ସଂଖ୍ୟା ପ୍ରତି ୧୦,୦୦୦ ଶିଶୁପୁତ୍ରଙ୍କ ମଧ୍ୟରେ ୧ ଜଣ ରହିଛି । ସେମାନଙ୍କ ମଧ୍ୟରୁ ପ୍ରାୟ ୧୯,୬୯୦ ହେମ୍‌-ଏ ରୋଗୀଙ୍କ ପଞ୍ଜିକରଣ କରାଯାଇଛି । ଏହିଚିହ୍ନଟ ପ୍ରକ୍ରିୟା ୧୩% ରହିଛି ।ଶିଶୁଙ୍କ ମଧ୍ୟରେ ହିମୋଫିଲିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୧୮ ବର୍ଷରୁକମ୍‌ ବୟସ୍କ ୯୧% ଏପିସୋଡିକ୍ ଥେରାପି ଗ୍ରହଣ କରୁଛନ୍ତି । ୧୨ ବର୍ଷବୟସ୍କ ୮୫.୭% ରୋଗୀ ଆଣଣ୍ଠୁ ଗଣ୍ଠି ସମସ୍ୟା ଭୋଗୁଛନ୍ତି । ଏହି ଥେରାପି ଜରୁରୀକାଳୀନ ସ୍ଥିତିରେ ପ୍ରଦାନ କରାଯାଇଥାଏ ।ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି । ଏହି ଅବସରରେ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀସୁଦର୍ଶନ ପଟ୍ଟନାୟକ କହିଲେ, ଟେକେଡା ସହିତ ମିଳିତ ହୋଇ କାର୍ଯ୍ୟକରୁବାର ସୁଯୋଗ ମିଳିଥିବାରୁ ମୁଁ ବେଶ୍ ଆନନ୍ଦିିତ । ସଚେତନତାସୃଷ୍ଟି ଦ୍ୱାରା ଚିକିତ୍ସାସୁଯୋଗ ଗ୍ରହଣ କରିପାରୁ ନ ଥିବା ରୋଗୀ ବେଶ୍‌ ଉପକୃତ ହୋଇପାରିବେ । ମୋକଳା ମାଧ୍ୟମରେ ମୁଁ ସେଭଳି ଲୋକଙ୍କୁ ସଚେତନ କରିବାର ପ୍ରୟାସ କରିବି । ଟାକେଡା ପକ୍ଷରୁ ହେମୋଫିଲିଆ ସମ୍ପର୍କରେ ସଚେତନତାସୃଷ୍ଟି ପାଇଁ ପ୍ରୟାସ ଜାରି ରହିଛି ।ଏହା ରୋଗୀଙ୍କୁ ଇନୋଭେଟିଭ୍‌ ଚିକିତ୍ସା ସୁବିଧା ଯୋଗାଇ ଦେଇଥାଏ । ଏ ନେଇ ରୋଗୀଙ୍କ ଲାଗି ପୂର୍ଣ୍ଣ ସମ୍ପର୍କ ନାମକ ଏକ ସହାୟତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହା ଦ୍ୱାରା ରୋଗୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପରାମର୍ଶ, ଚିହ୍ନଟ, ଫିଜିଓଥେରାପି, ନର୍ସିଂ, ଆବଶ୍ୟକଶିକ୍ଷା ଆଦି ଯୋଗାଇ ଦିଆଯାଉଛି । ଏହି ଅବସରରେ ଟେକେଡା ଇଣ୍ଡିଆର ମାର୍କେଟ ଆକ୍ସେ୍‌ସ୍‌ ଏବଂ ପ୍ରାଇସିଂ ମୁଖ୍ୟ ଗୋପାଳ ଅଗ୍ରୱାଲ କହିଲେ, ଟେକେଡା ରୋଗୀଙ୍କୁ ଆବଶ୍ୟକସହାୟତା ଯୋଗାଇ ଦେଉଥିବା ଏକ ସଂସ୍ଥା ।ଏହି ସଂସ୍ଥା ରୋଗୀଙ୍କୁ ଜୀବନ ଧାରଣମାନରେ ଉନ୍ନତି ଆଣିବା ସହିତ ତାଙ୍କୁ ସାଧାରଣ ଭାବେ ବଂଚିବାରେ ସହାୟତା କରିଥାଏ । ଆଂଟି ହେମୋଫିଲିକ୍ ଫ୍ୟାକ୍ଟର(ଏଏଚ୍‌ଏଫ୍‌) ଉପଲବ୍ଧ କରାଇ ଦେଶରେ ଚିକିତ୍ସାକୁ ଅଧିକ ସହଜ କରିବା ଲାଗି ଏହା ଉଦ୍ୟମ କରିବା ସହିତ ସଚେତନତା ସୃଷ୍ଟି, ସୁବିଧା ଯୋଗାଣ ଏବଂ ଭିତି ଭୂମି ବିକାଶ କ୍ଷେତ୍ରରେ କାର୍ଯ୍ୟ କରିଥାଏ । ଚିକିତ୍ସାମାନରେ ଉନ୍ନତି ପାଇଁ ପ୍ରତିଷେଧକ ଚିକିତ୍ସା (ପ୍ରୋଫାଇଲାକ୍ସିସ୍‌)ର ଆବଶ୍ୟକତା ହୋଇଥାଏ । ଏଥିପାଇଁ ହୋମ୍ ଥେରାପି ଜରୁରୀ । ଭାରତରେ କମ୍‌ସ୍ଥାନରେ ହୋମ୍ ଥେରାପି ଉପଲବ୍ଧ ହେଉଛି । ଏହାର ସଂଖ୍ୟାରେ ବୃଦ୍ଧିକରାଯିବାର ଆବଶ୍ୟକତା ରହିଛି । ଯାହାଦ୍ୱାରା ରୋଗୀ ସହଜରେ ଚିକିତ୍ସା ପାଇପାରିବେ । ଏହି ଅବସରରେ ଟେକେଡା ଇଣ୍ଡିଆର ମେଡିକାଲ ବ୍ୟାପାର ମୁଖ୍ୟ ଡ. ସନ୍ଦୀପ୍ ଆରୋରା କହିଲେ, ହୋମ୍‌ କେୟାର ଥେରାପି ଏବେ ଭାରତରେ ସାଧାରଣ ଭାବେ ଉପଲବ୍ଧ ହୋଇ ପାରୁନାହିଁ । ମହାମାରୀ ସମୟରେ କେତେକ ସଂସ୍ଥା ହୋମ୍ ଥେରାପି ସୁବିଧା ଯୋଗାଇ ଦେଇଥିଲେ । ତେବେ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ କେତେକ ପ୍ରୋଟୋକଲ ଏବଂ ମାର୍ଗଦର୍ଶିକା ଜାରିକରିବାର ଆବଶ୍ୟକତା ରହିଛି । ୨୦୨୧ ହେମୋଫିଲିଆ ଦିବସ ଅବସରରେ ସଚେତନା ସୃଷ୍ଟି ପାଇଁ ଟାକେଡା ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ବାଲୁକା କଳାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହିତ ମିଳିତ ହୋଇ ପ୍ରୟାସ ଆରମ୍ଭ କରାଯାଇଛି । ସେଏପ୍ରିଲ୍ ୧୭ରେ ଓଡ଼ିଶାର ପୁରୀ ସମୁଦ୍ର କୂଳରେ ବାଲୁକା କଳା ମାଧ୍ୟମରେ ହେମୋଫିଲିଆ ସମ୍ପର୍କରେ ସଚେତନତା ସୃଷ୍ଟି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ