ଟାଙ୍ଗଣା ପଲ୍ଲୀ ହାଇସ୍କୁଲରେ ବ୍ଲକ ସ୍ତରୀୟ ଗଣିତ ଓ ବିଜ୍ଞାନ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ

ଛତ୍ରପୁର, (ଓ୍ବାଇଏନଏସ) ଛାତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ଶ୍ରୀନୀଳକଣ୍ଠେଶ୍ଵର ନୋଡାଲ ବିଦ୍ୟାପୀଠରେ ଛତ୍ରପୁର ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ ସମୂହ ର ଗଣିତ ଓ ବିଜ୍ଞାନ ଶିକ୍ଷକ ମାନଙ୍କ ପାଇଁ ଏକ ପର୍ଯ୍ୟାୟ କ୍ରମିକ ଦିନିକିଆ ତାଲିମ ଶିବିର ସଂଗଠିତ ହୋଇଯାଇଛି।ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ କୁମାର ପାଢ଼ୀ ପ୍ରଥମ ଅଧିବେଶନକୁ ପ୍ରଦୀପ ପ୍ରଜ୍ବଳନ କରି ଶିବିର ଉଦ୍ଘାଟନ କରିଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀ ଙ୍କ ସଭାପତିତ୍ୱ ରେ ପରିଚାଳିତ ଏହି ଶିବିରରେ ସାଧନ ଶିକ୍ଷକ ରୂପେ ମୋନାଲିସା ପଣ୍ଡା, ଲୋପିତା ପଣ୍ଡା, ରାଜଶ୍ରୀ ବେହେରା ଓ ରଶ୍ମିରଂଜନ ସାହୁ ଯୋଗ ଦେଇ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଦ୍ଵିତୀୟ ଅଧିବେଶନରେ ବିଦ୍ୟାଳୟର ପ୍ରାକ୍ତନ ରାଜ୍ୟ ପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୂ ମହାରଣା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜ୍ଞାନ ଶିକ୍ଷକ ମାନେ ନୂତନ ବୈଜ୍ଞାନିକ ଚିନ୍ତାଧାରା ନେଇ ବିଦ୍ୟାର୍ଥୀ ମାନଙ୍କୁ ବିଜ୍ଞାନ ଭିତ୍ତିକ ଜ୍ଞାନ ପ୍ରଦାନ କରି ଭବିଷ୍ୟତରେ ବୈଜ୍ଞାନିକ ହେବାକୁ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ  ଏବଂ ଶିବିରାର୍ଥୀ ମାନଙ୍କୁ ପ୍ରମାଣ ପତ୍ର ବିତରଣ କରିଥିଲେ । ବିଦ୍ୟାଳୟର ଦୁଇ ବିଜ୍ଞାନ ଶିକ୍ଷୟତ୍ରୀ ବିଷ୍ଣୁ ପ୍ରିୟା ପାଢ଼ୀ ଓ ଏ. ବିଜୟଶ୍ରୀ  ପାତ୍ର ବିଜ୍ଞାନ ତାଲିମ୍ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଶିକ୍ଷକ ଅଭିରାମ ସାହୁ, ଜୟଶ୍ରୀ ଦୋରା, ଯୁଧିଷ୍ଠିର ବେହେରା, ନନ୍ଦିନୀ ସେଠି, ଉଷାରଣୀ ମିଶ୍ର, ଭାଗିରଥି ମିଶ୍ର, ଯମୁନା ରେଡି, କୈଳାଶ ବେହେରା,ବିଜୟକୁମାର ସାହୁ, ପର୍ଶୁରାମ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।ଏନ. ସି. ସି. ଫାଷ୍ଟ ଅଫିସର ସୁଧାକର ବଳି ଅତିଥି ପରିଚୟ ଓ ଧନ୍ୟବାଦ ପ୍ରଦାନ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ